ବାପା ନାହାଁନ୍ତି ମାଆର ଶୁଦ୍ଧି କ୍ରୀୟା ପାଇଁ ସାହାଯ୍ୟ ମାଗୁଛନ୍ତି ଦୁଇ ଭାଇ

କେନ୍ଦ୍ରପଡା : ପୁଅ ଦୁଇଜଣ ବସିଛନ୍ତି ପିଣ୍ଡାରେ । ମନଦୁଃଖରେ ବସି ଭାବୁଛନ୍ତି କେମିତି ଆମକୁ ଛାହି ଚାଲିଗଲୁ ମାଆ । ଏତେ ବଡ ଦୁନିଆରେ ଆମେ କେମିତି ବଞ୍ଚିବୁ, କେମିତି ରହିବୁ, କଣ ଖାଇବୁ, କେମିତି ତୋ ଶୁଦ୍ଧିକ୍ରୀୟା ବି କରିବୁ । ଆମ ଦୁଇ ଭାଇଙ୍କୁ ଏତେ ଛୋଟ ବୟସରୁ କାହିଁକି ଲୋ ମାଆ ଏମିତି ଏକା କରିଦେଲୁ । ଆମେ ତ ଗରିବ ଥିଲୁ ଆଉ ଏବେ ଆମେ ଅନାଥ ହେଇଗଲୁ । ଆମେ ଦୁଇ ଭାଇ ତୋ ଶୁଦ୍ଧି କାମ କେମିତି କରିବୁ । କୋଉଠୁ ଟଙ୍କା ଆସିବ, କେମିତି ଆମେ ତୋ କ୍ରୀୟାକର୍ମ କରିବୁ ମାଆ । କାନ୍ଦ କାନ୍ଦ ମୁହଁରେ ଏମିତି ବସି ଭାବୁଥାନ୍ତି ଦୁଇ ଭାଇ, ହଠାତ୍‌ ଆସି ପହଁଚିଗଲେ କିଛି ଗାଁ ଲୋକ । ଆଉ ତାଙ୍କୁ ବଢ଼ାଇଦେଲେ କିଛି ଟଙ୍କା । ନିଜ ଗାମୁଛାରେ ରଖି ଆଣିଥିବା ଟଙ୍କାକୁ ସେମାନଙ୍କୁ ବଢ଼ାଇ ଦେଇ କହିଲେ ତୁମେ ଦୁଇ ଜଣ ଦଶାହ ଏକାଦଶାହ କାମ ଆରମ୍ଭ କର, ଆଉ ଯାହା ଦରକାର ହେବ ଆମେ ଦେବୁ ।

ହଁ ଆଜ୍ଞା ମାଆର ଶୁଦ୍ଧିକ୍ରୀୟା ପାଇଁ ଚିନ୍ତାରେ ବସିଥିବା ଦୁଇ ଭାଇଙ୍କ ପାଇଁ ଟଙ୍କା ଯୋଗାଡ କଲେ ଗାଁ ଲୋକ । ଦୁଇ ଭାଇଙ୍କୁ ଏମିତି ଚିନ୍ତାରେ ବସିଥିବା ଦେଖି କେମିତି ଧର୍ଯ୍ୟ ଧରିବେ ଗାଁ ଲୋକେ । ବାପା ମା ଛେଉଣ୍ଡ ଅନାଥ ଦୁଇ ପିଲାଙ୍କ ପାଇଁ ଗାଆଁରେ ଘର ଘର ବୁଲି ଅର୍ଥ ଆଦାୟ କଲେ ଟଙ୍କା । ଗାମୁଛା ଧରି ଘର ଘର ବୁଲୁଛନ୍ତି, ଯିଏ ଯାହା ସକ୍ଷମ ଅନୁଯାୟୀ ଅର୍ଥ ଦେଉଛନ୍ତି ଗାଁ ଲୋକେ । ବର୍ଷା ପାଣି କାଦୁଅରେ ଗାମୁଛାଟିଏ ଧରି ଘରକୁ ଘରକୁ ବୁଲି ଟଙ୍କା ମାଗିଥିଲେ । ଆଉ ଏମାନଙ୍କୁ ବି ଯିଏ ଯାହା ପାରୁଥିଲା ବଢ଼ାଇ ଦେଉଥିଲା । କିଏ ୧୦ ଟଙ୍କା କିଏ ୨୦ ତ ଆଉ କିଏ ୫୦ ପୁଣି କିଏ ୧୦୦ ଟଙ୍କା । ଏମିତି ଘର ଘର ମାଗି ଟଙ୍କା ଯୋଗା କରୁଥିଲେ ଗାଁ ଲୋକେ । କେମିତି ବା ନ କରିବେ, ଏ ଛୁଆ ଦୁଇଟାଙ୍କୁ ସାହାଯ୍ୟ ନକଲେ ଆଉ କରିବ ? କଥାରେ ପରା ଅଛି ମାନବ ସେବା ହିଁ ମାଧବ ସେବା । ଆମେ ଏ ଅସହାୟ ଦୁଇ ଅନାଥ ପିଲାଙ୍କୁ ସାହାଯ୍ୟ କରିବୁନି ତ ଆଉ କିଏ ଛିଡା ହେବ । ବାମା ମାଆଙ୍କ ହରାଇ ଅସହାୟ ହୋଇପଡ଼ିଥିବା ଦୁଇ ଛୋଟ ପିଲାଙ୍କ ପାଇଁ ଗାଆଁରେ ଆଦାୟ ଚାଲିଛି ।

ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ନରେନ୍ଦ୍ର ପୁର ଗାଆଁ । ଏହି ଗାଆଁର ତ୍ରିଲୋଚନ ସେଠି ଦିନ ମଜୁରିଆ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ହେଲେ ୨୦୨୧ ମସିହାରେ ତ୍ରିଲୋଚନ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କଲେ, ତାଙ୍କ ପତ୍ନୀ ନମିତା ସେଠି ଗାଈ ରଖି ଦୁଇ ପୁଅଙ୍କୁ ପାଠ ପଢ଼ାଉଥିଲେ । ଗତ ଜୁଲାଇ ୧୮ ତାରିଖରେ ବ୍ରେନ୍ ଷ୍ଟ୍ରୋକରେ ଆରପାରିକୁ ଚାଲିଗଲେ । ଏବେ ଦୁଇ ନାବାଳକ ବାପା ମା ଙ୍କୁ ହରାଇ ଅନାଥ ହୋଇପାରିଛନ୍ତି । ଏହି ଦୁଇ ପିଲା ନିରୀହ ମୁଁହକୁ ଦେଖି ସାହି ପଡିଶା ସହିବେ କେମିତି । ଏଣୁ ଗାଆଁରେ ଆଦାୟ କରି ଶୁଦ୍ଧି କାର୍ଯ୍ୟ ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି । ଏବେ ବି ଗାଆଁରେ ଆତ୍ମୀୟତା ବଞ୍ଚି ରହିଛି । ବାପା ମା ଛେଉଣ୍ଡ ପିଲାଙ୍କୁ ଦେଖି କିପରି ଗାଆଁ କାନ୍ଦୁଛି ତାହା କଏଦ ହୋଇଥିଲା ଆମ କ୍ୟାମେରାରେ ।

ଏହି ପିଲା ମାନଙ୍କ ପାଠ ପଢା ଓ ତାଙ୍କ ମାଆଙ୍କ ଶୁଦ୍ଧି କ୍ରିୟା ପାଇଁ ଗାଁରେ ବୁଲି ବୁଲି ଅର୍ଥ ସଂଗ୍ରହ କରିବା ସହ ଆମ ଚ୍ୟାନେଲ ମାଧ୍ୟମରେ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି । ବଦାନ୍ୟ ବ୍ୟକ୍ତି ଓ ସରକାର ଏହି ଅନାଥ ପିଲାଙ୍କୁ ସହଯୋଗ ର ହାତ ବଢ଼ାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ଗାଁ ଲୋକେ । ଅନାଥ ହୋଇ ପଡିଥିବା ଦୁଇ ନାବାଳକ ଙ୍କ ମଧ୍ୟରୁ ଜଣେ ନବମ ଓ ଅନ୍ୟ ଜଣେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ଇଚ୍ଛା ଅଛି ପଠା ପଢ଼ିବା ପାଇଁ, ହେଲେ ବାପା ମାଆଙ୍କୁ ହରାଇବା ପରେ ଏବେ ସେଇଟା ବି ଏମାନଙ୍କ ପାଇଁ ସପନ ପାଲଟିଛି । ଘରେ ୮୦ ବର୍ଷର ବୁଢ଼ୀ ମା ପିଲାଙ୍କୁ ଦେଖି ଆଖିରୁ ଲୁହ ଗଡାଉଛି ।

ଏହି ଦୁଇ ନାବାଳକଙ୍କୁ ଯଦି ଆପଣ ସାହାଯ୍ୟ ଓ ସହଯୋଗ କରିବାକୁ ଚାହୁଁଛନ୍ତି, ତାହେଲେ ଏଥିରେ ସାହାଯ୍ୟ ରାଶି ପଠାଇପାରିବେ ।

ଆଶିଷ ସେଠି
ପଞ୍ଜାବ ନେସନାଲ ବ୍ୟାଙ୍କ୍
ଆକାଉଣ୍ଟ ନମ୍ୱର୍,0576201700005959
IFSC ନମ୍ୱର୍,,PUNB0057620