ଅନାଥ ଆଶ୍ରମରେ ଶିଶୁକନ୍ୟାକୁ ନିଷ୍ଠୁର ହୋଇ ପିଟିଲେ ମ୍ୟାନେଜର, ସିସିଟିଭି ଭିଡ଼ିଓ ଭାଇରାଲ ହେବା ପରେ ହେଲେ ଗିରଫ

ଯେତେ ଶିକ୍ଷିତ ସେତେ ଅଶିକ୍ଷିତର ପରିଚୟ ଦେଇଛନ୍ତି। ଭିଡିଓରୁ ଦେଖିବାକୁ ମିଳିଛି ଏହି ମହିଳା ଜଣକ ଶିଶୁ କନ୍ୟାର ଚୁଟିକୁ ଧରି ତଳେ କଚାଡି ଚାଲିଛି।  ଶିଶୁ କନ୍ୟାଟି ଛାଡ଼ିଦେବାକୁ  ବିକଳ ହୋଇ ନେହୁରା ହେଉଛି। କିନ୍ତୁ ଛାଡିବାକୁ ନାରାଜ ମହିଳା ଜଣକ।  ପୁଣି ଚୁଟି ଧରି କଚାଡି ଦେଉଛି

ମାଲକାନଗିରି(କେନ୍ୟୁଜ୍): ନିର୍ଦ୍ଦୟୀ ମହିଳାର କ୍ରୁର କର୍ମ। କଅଁଳା ଶିଶୁ କନ୍ୟାକୁ ନିର୍ଦ୍ଦୟ ହୋଇ ପିଟି ଚାଲିଛି। ଏଭଳି ଦୃଶ୍ୟ କିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେରର ଆସିଛି। କାଙ୍କେର ଜିଲ୍ଲା ସଦର ମହକୁମା ରେ ଥିବା ସିଵନଗର ଠାରେ ରହିଛି ଦସ୍ତକ କେନ୍ଦ୍ର। କେଉଁଠି ଅନାଥ ପିଲାଙ୍କୁ ଲାଲନପାଳନ କରାଯାଉଛି।  ବାପା ମା ଛେଉଣ୍ଡ ପିଲା ଏଠି ଆସି ଯତ୍ନ ସହକାରେ ରହିବେ। ଆଉ ସରକାରଙ୍କ ପ୍ରଚେଷ୍ଟାରେ ପିଲା ଭଲ ମଣିଟିଏ ହେବେ। ଏହି ଉଦ୍ଦେଶ୍ୟରେ ରହିଛି ଏହି କେନ୍ଦ୍ର। ହେଲେ ପିଲାଙ୍କୁ ଏଠି ଦିଆଯାଉଛି ଅକଥନୀୟ ନିର୍ଯାତନା। CCTVରେ କଏଦ ହୋଇଛି ସେହି ମହିଳାଙ୍କ ନିର୍ଦ୍ଦୟତା।

ମହିଳା ଜଣକ ପୁଣି ଜଣେ ପ୍ରଜେକ୍ଟ ମ୍ୟାନେଜର।  ଯେତେ ଶିକ୍ଷିତ ସେତେ ଅଶିକ୍ଷିତର ପରିଚୟ ଦେଇଛନ୍ତି। ଭିଡିଓରୁ ଦେଖିବାକୁ ମିଳିଛି ଏହି ମହିଳା ଜଣକ ଶିଶୁ କନ୍ୟାର ଚୁଟିକୁ ଧରି ତଳେ କଚାଡି ଚାଲିଛି।  ଶିଶୁ କନ୍ୟାଟି ଛାଡ଼ିଦେବାକୁ  ବିକଳ ହୋଇ ନେହୁରା ହେଉଛି। କିନ୍ତୁ ଛାଡିବାକୁ ନାରାଜ ମହିଳା ଜଣକ।  ପୁଣି ଚୁଟି ଧରି କଚାଡି ଦେଉଛି । ଏତିକି ବେଳେ ଶିଶୁ କନ୍ୟାର ଚିତ୍କାରରେ ଘର ଫାଟି ପଡୁଥାଏ। କେତେବଳେ ତାର ପ୍ରାଣ ବାୟୁ ଉଡ଼ିନଜିବ କିଏ କହିବ। ଟିକିଏ ବି ଦୟା ଆସୁନାହିଁ ଏହି ମହିଳାକୁ। ବରଂ ତାକୁ ନିର୍ଧୁମ ମାଡ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାରେ ଲାଗିଛି।

ସେହି ଘଟଣା ସମୟରେ ଦୁଇ ଜଣ ଆୟା ଯାଉଥିଲେ ବି ଏହି ଦୁର୍ଦ୍ଦାନ୍ତ ନିଷ୍ଠୁର ମହିଳାକୁ ଅଟକାଇବାକୁ ସାହସ କାହାର ନ ଥାଏ। ସତରେ ତାର ନିଜ ଛୁଆ କୁ କଣ ଏମିତି ନିର୍ଦ୍ଦୟ ଭାବେ ତାକୁ ପିଟିଥାନ୍ତା କି? ମହିଳା ନାଁରେ କଳଙ୍କ ଏହି ମହିଳା  ଜଣକ। ପୁର୍ବରୁ ଏହି ମହିଳା ନାଁ ରେ ଅନେକ ଅଭିଯୋଗ ରହିଥିଲା। ଏହାକୁ ସ୍ଥାନୀୟ କର୍ମଚାରୀ ବିରୋଧ କରିବାରୁ ୮ ଜଣଙ୍କୁ ଏହି ପୋଗ୍ରମ୍ ମ୍ୟାନେଜର ମହିଳା ବାହାର କରିଦେଇଥିଲା।ଏହି ମହିଳା ପୋଗ୍ରାମ ମ୍ୟାନେଜର ନାଁ ସୀମା ଦ୍ବିବେଦୀ।ଏହି ଭିଡ଼ିଓ ଭାଇରାଲ ହେବା ପରେ କାଙ୍କେର ଜିଲ୍ଲାପାଳ ଡ ପ୍ରିୟଙ୍କା ଶୁକ୍ଲା ଦୋଷୀ ବିରୋଧରେ ତଦନ୍ତ କରି କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମହିଳା ବିରୋ.ରେ ପୋଲିସ ଥାନାରେ ଏକ ମାମଲା ରୁଜ୍ଜୁ କେରି ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.