କୋରାପୁଟ : ଜଙ୍ଗଲରେ ଓଏସଏପି ଯବାନଙ୍କ ଆତ୍ମହତ୍ୟା

କୋରାପୁଟ (କେନ୍ୟୁଜ୍‌) : ଜଙ୍ଗଲ ଭିତରେ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯବାନ୍‌ । କୋରାପୁଟ ସର୍କିଟ ହାଉସ ନିକଟ ଜଙ୍ଗଲରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯବାନ ହେଲେ ସୁନ୍ଦରଗଡର ଜିଲ୍ଲା ତଳସରା ଥାନା ଟାଙ୍ଗରା ଗାଁର ଦୀପକ ଡୁଙ୍ଗଡୁଙ୍ଗ । ସେ କୋରାପୁଟକୁ ବଦଳି ହୋଇ ଆସିଥିଲେ ।

ଦୀପକ ଗତ ୮ ଦିନ ତଳେ ଏଠାରେ ଚାକିରିରେ ଯୋଗ ଦେଇଥିଲେ। ତେବେ ଚାକିରିରେ ଯୋଗଦେବା ପରଦିନ ଅର୍ଥାତ୍‌ ଗତ ବୁଧବାର ଠାରୁ ସେ ନିଖୋଜ ଥିଲେ । ଆଜି ତାଙ୍କର ମୃତଦେହ ଗଛରେ ଝୁଲୁଥୁବା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ସୂଚନା ପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିଛି । ଆତ୍ମହତ୍ୟାର କାରଣ କଣ ଜଣାପଡ଼ି ନାହିଁ । ପୋଲିସ୍‌ ଏ ସମ୍ପର୍କରେ ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.