ଓଲଟିଲା ଓଏସଆରଟି ବସ, ୩ ମୃତ, ଏକାଧିକ ଯାତ୍ରୀ ଆହତ

ଅନୁଗୁଳ : ପାଲଲହଡା ନିକଟରେ ଓଲଟିଲା ଓଏସଆରଟି ବସ । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ସମଲ ଥାନା ପଵିତ୍ରନଗର ପାଖ ଆଶ୍ରମ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ ତଳେ ଚାପି ହୋଇ ଅନେକ ଯାତ୍ରୀ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କେନ୍ଦୁଝର ଠାରୁ ଅନୁଗୁଳ ଆସୁଥିବା OSRTC ବସ୍ ଗହମ ଗ୍ରାମ ଆମ୍ଭତୋଟା ଠାରେ ଭାରସାମ୍ଯ ହରାଇ ଓଲଟି ପଡିଥିଲା । ସେଥିରେ ୪୭ ଜଣ ଯାତ୍ରୀ ଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୨୦ ଜଣ ଗୁରୁତର ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ।

 

You might also like