ସ୍କୁଟିକୁ ଧକ୍କା ଦେଲା ଓଏସଆରଟିସି ବସ୍, ସ୍କୁଟି ଚାଳକ ମୃତ

ଭଞ୍ଜନଗର : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ନିକଟରେ ସ୍କୁଟିକୁ ଧକ୍କା ଦେଲା ଓଏସଆରଟିସି ବସ୍ । ଘଟଣା ସ୍ଥଳରେ ସ୍କୁଟି ଚାଳକ ଭାଇର ମୃତ୍ୟୁ ହୋଇଥିବା ବେଳେ, ସେଥିରେ ବସିଥିବା ଭଉଣୀ, ଆହତ ହୋଇଥିଲା । ଆହତ ଭଉଣୀକୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତକ ଜଣକ, ନିକଟସ୍ଥ ଚଢିଆପଲ୍ଲୀ ଗ୍ରାମର ଦୀପକ ନାଇକ ।
କଟକରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଭିମୁଖେ ଯାଉଥିବା ଓଏସଆରଟିସି ବସଟି ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକେ ଟାୟାର ଜଳି ରାସ୍ତା ଅବରୋଧ କରିଥିଲେ । ଖବରପାଇ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ତହସିଲଦାର ଓ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଘଟଣା ସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ, ଦୁର୍ଘଟଣା ଘଟାଇଥିବା ସଂପୃକ୍ତ ଓଏସଆରଟିସି ବସ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି, ଜଗନ୍ନାଥପ୍ରସାଦ ଥାନା ପୋଲିସ I