OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
କଟକ(କେ ନ୍ୟୁଜ): OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କୁ ଜାମିନ୍ । ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ । ଆଗକୁ ତଦନ୍ତରେ ସମସ୍ତ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ତଦନ୍ତକାରୀ ଅଧିକାରୀ ଯେତେବେଳ ଚାହିଁବେ ତାଙ୍କ ନିକଟରେ ପହଂଚିବେ । ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେନି ବୋଲି କଡା ନିର୍ଦ୍ଦେଶ ରହିଛି । ସର୍ତ୍ତର ଅବମାନନା କଲେ ଜାମିନ୍ ବାତିଲ ହେବ । ଆୟ ବହିର୍ଭୁତ
ସମ୍ପତ୍ତି ଠୁଳ ଅଭିଯୋଗରେ ଜୁଲାଇ ୩୧ରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । କିରାଣୀରୁ କୋଟିପତି ପିଏସ୍ ବନିଛନ୍ତି ବିରଞ୍ଚି ନାରାୟଣ ସାହୁ । ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଥିଲା ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି । ଦେଢ଼ କିଲୋରୁ ଅଧିକ ସୁନା ଗହଣା ମିଳିଥିଲା । ବିରଞ୍ଚିଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ ସରକାର ।