ପ୍ରକାଶ ପାଇଲା ଓଷ୍ଟେଟ ପରୀକ୍ଷା ତାରିଖ, ଜାନୁଆରୀ ୧୭ରେ ଆରମ୍ଭ
କଟକ : ଜାନୁଆରୀ ୧୭ରେ ହେବ ଓଷ୍ଟେଟ ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ କରୁଛି ମାଧ୍ୟମିକ ଶିକ୍ଷା ପରିଷଦ। ସକାଳ ୧୦ ରୁ ଦିନ ୧୨.୩୦ ପର୍ଯ୍ୟନ୍ତ ହେବ ପ୍ରଥମ ସିଟିଙ୍ଗ ପରୀକ୍ଷା । ସେହିପରି ଅପରାହ୍ନ ୨ ଟାରୁ ୪.୩୦ ପର୍ଯ୍ୟନ୍ତ ହେବ ଦ୍ୱିତୀୟ ସିଟିଙ୍ଗ ପରୀକ୍ଷା । www.bseodisha.ac.in ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ। ଜାନୁଆରୀ ୮ରୁ ଆଡ଼ମିଟ କାର୍ଡ ଡାଉନଲୋଡ଼ କରି ପାରିବେ ପରୀକ୍ଷାର୍ଥୀ ।
ସୂଚନା ଅନୁସାରେ ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୧ ଯାଏ ଥିଲା । ନଭେମ୍ବର ୧୯ରୁ ଆରମ୍ଭ ହୋଇଥିଲା ପଞ୍ଜୀକରଣ ପ୍ରକ୍ରିୟା । ଯେଉଁ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ କରିଛନ୍ତି ସେମାନେ ଜାନୁଆରୀ ୮ ରେ ଅଫିସିଆଲ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।