ଓଷ୍ଟେଟ ୨୦୨୪ ପରୀକ୍ଷା ଫଳ ପ୍ରକାଶିତ, ମେ ୨୮ ଭିତରେ ଡାଉନଲୋଡ଼ କରି ପାରିବେ ଡିଜିଟାଲ ସାର୍ଟିଫିକେଟ

ଭୁବନେଶ୍ୱର : ଓଷ୍ଟେଟ ୨୦୨୪ ପରୀକ୍ଷା ଫଳ ପ୍ରକାଶିତ । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟ ଟେଷ୍ଟ ( ଓଷ୍ଟେଟ) ପରୀକ୍ଷା ଫଳ ବାହାରିଲା । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ପରୀକ୍ଷା । ଗତ ଜାନୁଆରୀ ୧୭ ରେ ୪୮ ହଜାର ୨ ଜଣ ଆଶାୟି ଶିକ୍ଷକ ଶିକ୍ଷୟତ୍ରୀ ଦେଇଥିଲେ ଏହି ପରୀକ୍ଷା । www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ । କୃତୀ ପରୀକ୍ଷାର୍ଥୀ ଡିଜିଟାଲ ସାର୍ଟିଫିକେଟ ମେ ୨୮ ଭିତରେ ଡାଉନଲୋଡ଼ କରି ପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।