କିଟ୍, କିସ ଓ କିମସ ଠାରୁ ଅନ୍ୟମାନେ ଶିଖିବାର ଦରକାର :ବିଏମସି ମେୟର

ଭୁବନେଶ୍ବର (କେନ୍ୟୁଜ୍) : ଏ କଥା ରାଜ୍ୟର ସବୁଠୁ ବଡ ମହାନଗର ନିଗମର ମେୟର କହିଛନ୍ତି । ଭୁବନେଶ୍ବର ମହାନଗର ନିଗମ ବା ବିଏମସିର ମେୟର ସୁଲୋଚନା ଦାସ କିଟ୍, କିମସକୁ ପ୍ରସଂଶା କରିବା ସହିତ ସାଧୁବାଦ ଦେଇଛନ୍ତି  l ଆଉ ମେୟରଙ୍କ ଏହି କେଇପଦ କଥା ରାଜ୍ୟର ୧ ନମ୍ବର ଚ୍ୟାନେଲ ବୋଲାଉଥିବା ସଂସ୍ଥାର ମିଛ ଖବରକୁ ପ୍ରମାଣିତ କରିଛି । ପରେ ଅବଶ୍ୟ କୁଆଡ଼େ ଏହି ସଂସ୍ଥା ଏପଟ ସେପଟ କରି ନିଜ ଦୋଷ ଲୁଚାଇବା ଲାଗି ସଫେଇ ପେଶ୍ କରିଛି ।

ଏଠି କହି ରଖୁଛୁ କି ଏହି ଗଣମାଧ୍ୟମ ହୋଲଡିଂ ଟ୍ୟାକସ ନେଇ କିଟ୍ ବିଶ୍ବବିଦ୍ୟାଳୟ ବିରୁଦ୍ଧରେ ମିଛ ଖବର ପ୍ରସାରଣ କରିଥିଲା  l ଆଉ ଦୁଃଖ ପରିତାପର ବିଷୟ ନମ୍ବର ୧ ଚ୍ୟାନେଲ ବୋଲାଉଥିବା ଏହି ସଂସ୍ଥାକୁ ଗଣତି ବୋଧେ ଠିକରେ ଆସେ ନାହିଁ  l ୟେ କଥା ଏଥିପାଇଁ ଆସୁଛି, କାରଣ ମାର୍ଚ୍ଚ ୩୧ ତାରିଖ ହେଉଛି ଟିକସ ପଇଠ କରିବାର ଶେଷ ତାରିଖ । କିଟ, କିସଓ କିମସ ଚଳିତ ବର୍ଷ ପାଇଁ ଗତ ମାର୍ଚ୍ଚ ୬ ତାରିଖରେ ୩ କୋଟି ୮୪ ଲକ୍ଷ ଟଙ୍କା rtgs ମାଧ୍ୟମରେ ପଇଠ କରି ସାରିଛନ୍ତି ।

ଏକଥା ବିଏମସି ମେୟର କହୁଛନ୍ତି  l ଖାଲି ଚଳିତ ବର୍ଷ କାହିଁକି ପୂର୍ଵ ବର୍ଷ ଵି ଠିକ ସମୟରେ ହୋଲଡିଙ୍ଗ ଟ୍ୟାକ୍ସ ଦିଆଯାଇଥିଲା l କିଟ୍, କିସ୍ ଓ କିମସ ଏହି ସଂସ୍ଥା ଗୁଡିକ ଇଡକୋ ପରିସୀମାରେ ଆସିଥାନ୍ତି ।  ତେଣୁ ସଂସ୍ଥାଗୁଡ଼ିକ ତରଫରୁ ଉଚିତ ସମୟରେ ସର୍ବଦା ଟିକସ ଦାଖଲ କରାଯାଇଥାଏ । ତେବେ କିଭଳି ଏବଂ କେଉଁ ପରିସ୍ଥିରେ ଏହି ଚ୍ୟାଲେନ ଏକଥା ନଜାଣି ବିରୋଧୀ ଖବର ପ୍ରକାଶ କଲେ ତାହା ଏବେ ତଦନ୍ତ ସାପେକ୍ଷ ।

ଦର୍ଶକ ବନ୍ଧୁ ଆହୁରି ଶୁଣନ୍ତୁ କଣ କହୁଛନ୍ତି ମେୟର ମାଡାମ l bmc ରେ ରୋଜଗାର ହଉଛି ହୋଲଡିଂ ଟାକ୍ସ ଓ ବିଜ୍ଞପନ l ଦୁଃଖଓ ପରିତାପର ବିଷୟ ଇଡକୋ ଶିଳ୍ପାଞ୍ଚଳରୁ ଠିକ ଭାବେ ଟାକ୍ସ ଆଦାୟ ହେଇ ପାରୁନାହିଁ । ଆହୁରି ସାଙ୍ଘାତିକ କଥା, କିଛି ସଂସ୍ଥା ଦୀର୍ଘ ବର୍ଷ ବିତି ଯାଇଥିଲେ ଵି ଏଯାବତ ପଞ୍ଜୀକରଣ କରି ନାହାନ୍ତି l ଫଳରେ ଲକ୍ଷ ଲକ୍ଷ ତାଙ୍କର ରାଜସ୍ବ ହରାଉଛନ୍ତି ସରକାର l ମେୟର ଉଦବେଗ ପ୍ରକାଶ କରିବା ସହିତ ମୁଖ୍ୟଶାସନ ସଚିବଙ୍କୁ ଭେଟି ଏ ବାବଦରେ ଅବଗତ କରାଇଛନ୍ତି l

ଯେଉଁମାନେ ଗଳା ବଟ ଖୋଜି ଟ୍ୟାକ୍ସ ଦେବାରେ ହେଳା କରୁଛନ୍ତି ସେମାନେ ନା ପଞ୍ଜୀକରଣ କରୁଛନ୍ତି ନା bmcକୁ ଧରଛୁଆଁ ଦେଉଛନ୍ତି l ସେମାନଙ୍କ ତାଲିକା ଖୁବଶୀଘ୍ର ପ୍ରକାଶ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତବନୀ ଦେଇଛନ୍ତି ମେୟର ମାଡାମ l
ଅନ୍ୟକୁ ଅଯଥାରେ ବଦନାମ କରି ନିଜର ନାଁ ବଢ଼ାଇବା ଚକ୍କରରେ ଲାଂଛିତ ଓ ଲଜ୍ଜିତ ହେଉଛି ଏହି ସଂସ୍ଥା । ମିଛ ଖବର ପ୍ରସାରଣ କରି ଲୋକଙ୍କୁ ଭୁଆଁ ବୁଲେଇବା ଏକ ମାଧ୍ୟମ ହେଇପାରେ l ହେଲେ ସତ ଆଉ ନ୍ୟାୟ ଆଗରେ ମିଛକୁ ହାର ମାନିବାକୁ ପଡେ ଦିନେ ନା ଦିନେ । ଶସ୍ତା ସାମ୍ବାଦିକତା ସବୁଦିନେ ଚାଲେ ନାହିଁ । ତଥ୍ୟ ଭୁଲ ହେଲେ ଦର୍ଶକ ବି ସେମାନଙ୍କୁ କ୍ଷମା ଦେବେ ନାହିଁ ।