ନକରାତ୍ମକ ଖବର ପ୍ରସାରଣ କରି ଲୋକପ୍ରିୟତା ସାଉଁଟିଛି ଓଟିଭି !

ଭୁବନେଶ୍ବର : ଗଣମାଧ୍ୟମ ନାରେ କଳଙ୍କ ସାଜିଛି ଓଡ଼ିଶାର ଆଗଧାଡ଼ିର ଚ୍ଯାନେଲ ଓଟିଭି। ଖବର ସଂଗ୍ରହ ଓ ଆକ୍ରୋଶମୂଳକ ଖବର ପରିବେଷଣର ସୀମା ଲଂଘିଛି ଓଟିଭି। ଚ୍ୟାନେଲଟି ସର୍ବଦା ନିଜ ସ୍ୱାର୍ଥ ପାଇଁ ନିଜ ଟିଆରପି ବଢାଇବା ପାଇଁ ଶସ୍ତା ଖବର ପ୍ରସାରିତ କରୁଛି। ଓଡିଶା ବିରୋଧୀ ଓଟିଭି ଏବେ ନିଜ ସ୍ତିତି ବଞ୍ଚାଇବା ପାଇଁ ଓଡିଶାର ଗର୍ବ ଭାରତର ଗୌରବ ଏକ ବିଶ୍ୱ ସ୍ତରୀୟ ଅନୁଷ୍ଠାନ କିଟ୍ ବିରୋଧରେ ଲାଗିପଡ଼ିଛି।

ବିଭ୍ରାନ୍ତିକର ଖବର ପରିବେଷଣ କରି କିସ୍ ଓ କିଟର ମର୍ୟ୍ୟାଦା ହାନି କରିବାର ଉଦ୍ୟମ କରୁଛି। ୨୭ ହଜାର ଜନଜାତି ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ବନ୍ଦ କରିବା ପାଇଁ ହୀନ ଚକ୍ରାନ୍ତ କରୁଛି ଓଟିଭି। ଖବର ସଂଗ୍ରହ ନାଁରେ କେତେକ ଅସାମାଜିକ ଯୁବକ ଓ ଅପରାଧୀଙ୍କୁ ନେଇ ଓଟିଭି ପ୍ରତିନିଧି କିଟ୍ କ୍ୟାମ୍ପସରେ ପଶି ଗଣ୍ଡଗୋଳ କରିବାକୁ ମଧ୍ୟ ପଛାଇ ନାହାଁନ୍ତି ।

କିଟ୍ ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପଛରେ ପଡିଛି ଓଟିଭି। ଲଗାତାର ଭାବେ ଆକ୍ରୋଶମୂଳକ ଖବର ପରିବେଷଣ କରିଚାଲିଛି ଏହି ଚ୍ୟାନେଲ। କିଟ୍ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ମଧ୍ୟ ବାରମ୍ବାର କିଟ୍ କ୍ୟାମ୍ପସରେ ପଣି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ଏହାର ପ୍ରତିନିଧି। କିଛି ଅସାମାଜିକ ଯୁବକ ଓ ଅପରାଧୀଙ୍କୁ ଧରି କିଟ୍ କ୍ୟାମ୍ପସରେ ପଶିଥିଲେ ଓଟିଭି ପ୍ରତିନିଧି। କାମ କରୁଥିବା ଶ୍ରମିକଙ୍କୁ ଧମକାଇ ଜୋର ଜବରଦସ୍ତ ପ୍ରତିକ୍ରିୟା ଦେବାକୁ ମଧ୍ୟ କହିଥିଲେ। ସେଠାରେ ଥିବା କିଛି କିଟ୍ କର୍ମଚାରୀଙ୍କୁ ମଧ୍ୟ ନାଲି ଆଖି ଦେଖାଇବାକୁ ପଛାଇଲେ ନଥିଲେ।

Leave A Reply

Your email address will not be published.