OTV ମାର୍କେଟିଂ ଏଗଜିକ୍ୟୁଟିଭ୍ ସଂକଳ୍ପ ମହାନ୍ତି ସନ୍ଦେହଜନକ ମୃତ୍ୟୁ ଘଟଣା : PM ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର : OTV ମାର୍କେଟିଂ ଏଗଜିକ୍ୟୁଟିଭ୍ ସଂକଳ୍ପ ମହାନ୍ତି ସନ୍ଦେହଜନକ ମୃତ୍ୟୁ ଘଟଣାର ତନାଘନା ଜାରି । ଭୁବନେଶ୍ବର ଜୋନ୍-୩ ଏସିପି ତାପସ ପ୍ରଧାନଙ୍କ ପ୍ରେସମିଟ୍ । କେଉଁ ପରିସ୍ଥିତିରେ ଛାତରୁ ପଡ଼ି ସଂକଳ୍ପଙ୍କ ମୃତ୍ୟୁ ହେଲା ଅନୁଧ୍ୟାନ ଚାଲିଛି । ସଂକଳ୍ପଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରାଯାଇଛି । ଏ ପର୍ଯ୍ୟନ୍ତ ପୋଷ୍ଟମର୍ଟମ ଓ ସାଇଣ୍ଟିଫିକ୍ ରିପୋର୍ଟ ଆସିନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡ଼ିବ ପ୍ରକୃତ ତଥ୍ୟ । କାର୍ଯ୍ୟଚାପ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି । ପୋଷ୍ଟମର୍ଟମ, ସାଇଣ୍ଟିଫିକ୍ ରିପୋର୍ଟ ଓ ଲୋକଙ୍କ ବୟାନକୁ ନେଇ ନିଷ୍କର୍ସ । ସେପଟେ ଏହି ଘଟଣାରେ ଏପର୍ଯ୍ୟନ୍ତ ଓଟିଭି ଏମଡିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।