ମୟୂରଭଞ୍ଜ: ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ବର୍ତ୍ତିଗଲେ ଚାଷୀ କିନ୍ତୁ ପୋଡିଗଲା ୧୨ କ୍ବିଣ୍ଟାଲ ଧାନ ସହ ଆସବାବ ପତ୍ର

କରଞ୍ଜିଆ(କେନ୍ୟୁଜ୍):  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ଗ୍ରାମପଞ୍ଚାୟତ ପାଣପୋଷୀ ଗ୍ରାମରେ ଅଗ୍ନିକାଣ୍ଡ। ଗ୍ରାମର ଡୁଙ୍ଗୁରିସାହିର ଗଜେନ୍ଦ୍ର ହୋଙ୍କ ଘରେ ଆଜି  ପ୍ରାୟ ୩ ଟା ସମୟରେ କୌଣସି କରଣରୁ ନିଆଁ ଲାଗିଯାଇଥିଲା।ଫଳରେ ଘର ଟି ସଂପୂର୍ଣ୍ଣ ଭାବରେ ପୋଡିଯାଇ ନଷ୍ଟ ହୋଇଯାଇଛି। ନିଆଁ ଲାଗିବ ସମୟରେ ଗଜେନ୍ଦ୍ର ଘର ଭିତରେ ଏକାକୀ ଶୋଇଥିଲେ।  ନିଆଁ  ଲାଗିଥିବା  ଜାଣି ଗଜେନ୍ଦ୍ର ଘର ଭିତରୁ ବାହାରି ପାଟି କରି ଗ୍ରାମବାସୀଙ୍କୁ  ଡାକ ପକାଇଥିଲେ । ଗ୍ରାମର ଲୋକେ ଘଟଣା ସ୍ଥଳରେ  ନିଆଁ ଲିଭାଇବା ଉଦ୍ୟମ କରିବା ସହ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ।

ଖବରପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ କିନ୍ତୁ ଅଗ୍ନଶମ ବିଭାଗ ପହଞ୍ଚିବା ପୂର୍ବରୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗଜେନ୍ଦ୍ରଙ୍କର ମାତ୍ର ଦୁଇ ବଖରା ଚାଳଘର ଥିଲାବେଳେ ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଘର ଭିତରେ ଥିବା ୮/୧୦ କୁଇଣ୍ଟାଲ ଧାନ ସହ ସମସ୍ତ ଆସବାବପତ୍ର ଓ ଘରକରଣା ଜିନିଷ ପତ୍ର ପୋଡି ପାଉଁଶ ହୋଇଯାଇଛି। ଗଜେନ୍ଦ୍ର ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି।

You might also like