ମାଳଦ୍ବୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ

ମାଳଦ୍ବୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ ।  ଉଦ୍ଧାର ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟସରକାରଙ୍କୁ ଅନୁରୋଧ ।  କାମ କଲା ପରେ ଟଙ୍କା ଦେଉନାହିଁ କମ୍ପାନୀ ।  ଟଙ୍କା ମାଗିଲେ ବିଜୁଳି କାଟି ଦେଉଛନ୍ତି ।  ଗଞ୍ଜାମ ଜିଲ୍ଲା ଖଲିକୋଟର ୧୫ ଯୁବକଙ୍କ ସମେତ ଓଡ଼ିଶାର ୪୦ଜଣ ଯୁବକ ମାଳଦ୍ବୀପ ଯାଇଥିଲେ ।

ସେଠାରେ ଗାନ୍ ଇଗ୍ନେସ ନାମକ କମ୍ପାନୀରେ କାମ କରୁଥିଲେ ।  ମାସେ କାମ କଲା ପରେ କମ୍ପାନୀ ଠିକରେ ଦରମା ଦେଲା ନାହିଁ ।  ଟଙ୍କା ମାଗିଲେ ରୁମ୍ ରୁ ବିଦ୍ୟୁତ କାଟିଦେଉଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ତୁରନ୍ତ ସେମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।