ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ିନେଲେ

କେନ୍ୟୁଜ(ବ୍ୟୁରୋ) : ସରକାର ବଦଳିବା ପରେ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ି ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ଫୋକସ ଲାଇଟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ବେଳେ ଲଗାଇଯାଇଥିଲା । ଏହି ଫୋକସ ଲାଇଟ ଲାଗିବା ଯୋଗୁ ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ପରିସର ରାତିରେ ଉଜ୍ଜଳ ଭାବେ ଦେଖାଯାଉଥିଲା ।

ଶ୍ରୀ ମନ୍ଦିର ସହ ବଡ଼ଦାଣ୍ଡ ପରିସର ମଧ୍ୟ ଉଜ୍ଜଳ ଆଲୋକରେ ସୁନ୍ଦର ଦିଶୁଥିଲା । ହେଲେ ଏବେ ସରକାର ବଦଳିବା ପରେ ଏହି ଫୋକସ ଲାଇଟଗୁଡିକ ସେଠାରୁ କାଢ଼ି ନିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ପ୍ରକାଶଯୋଗ୍ୟ, ଗତ ଜାନୁଆରୀ ୧୭ ତାରିଖରେ ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।