ଅଧଘଣ୍ଟାଏରେ ୫ ହଜାରରୁ ଅଧିକ ବିଜୁଳି ଓ ଘଡ଼ଘଡ଼ି, ଆତଙ୍କିତ ହୋଇପଡିଲେ ବାସୁଦେବପୁରବାସୀ

ବିଭିନ୍ନ ସ୍ଥାନରେ ବଜ୍ରଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବା ବେଳେ କିଛି ଗଛ ବି ଜଳିଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି ।

ଭଦ୍ରକ(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଭୟଙ୍କର ବଜ୍ରପାତ । ଅଧଘଣ୍ଟାଏରେ ୫ ହଜାରରୁ ଅଧିକ ବିଜୁଳି ଓ ଘଡ଼ଘଡ଼ି । ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ଆଜି ଅପରାହ୍‌ଣରେ ହଠାତ୍‌ ଘନ ଘନ ବିଜୁଳି ମାରିଥିଲା । ଚାରିଆଡ଼େ ଘଡ଼ଘଡ଼ି ଶବ୍ଦରେ କମ୍ପିଥିଲା । ପ୍ରାୟ ୩୦ ମିନିଟ ଭିତରେ ୫ ହଜାରରୁ ଅଧିକ ବଜ୍ରପାତ ହୋଇଥିବା ସୂଚନା ମିଳିଛି ।

ଗୋଟିଏ ଦିନରେ ଏତେସଂଖ୍ୟକ ବିଜୁଳି ଓ ଘଡ଼ଘ଼ଡିକୁ ନେଇ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ବିଭିନ୍ନ ସ୍ଥାନରେ ବଜ୍ରଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବା ବେଳେ କିଛି ଗଛ ବି ଜଳିଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.