ଟ୍ରକ-ସ୍କୁଲ ବସ ମୁହାଁମୁହିଁ ଧକ୍କା, ୬ ଆହତ
୪୯ନଂ ଜାତୀୟ ରାଜପଥ ଶନି ମନ୍ଦିର ଠାରେ ଟ୍ରକ ଓ ସ୍କୁଲ ବସ ମୁହାଁମୁହିଁ ଧକ୍କା । ଫଳରେ ବସରେ ଥିବା ୨୦ରୁ ୨୫ଜଣ ଯାତ୍ରୀଙ୍କ ମଧ୍ୟରୁ ଟ୍ରକ ଡ୍ରାଇଭର ଓ ବସ ଡ୍ରାଇଭର ସମେତ ୬ଜଣ ଆହତ ହୋଇଛନ୍ତି ।

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଶନି ମନ୍ଦିର ଠାରେ ଟ୍ରକ ଓ ସ୍କୁଲ ବସ ମୁହାଁମୁହିଁ ଧକ୍କା । ଫଳରେ ବସରେ ଥିବା ୨୦ରୁ ୨୫ଜଣ ଯାତ୍ରୀଙ୍କ ମଧ୍ୟରୁ ଟ୍ରକ ଡ୍ରାଇଭର ଓ ବସ ଡ୍ରାଇଭର ସମେତ ୬ଜଣ ଆହତ ହୋଇଛନ୍ତି ।
ବସ ଚାଳକ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ, ଝାରସୁଗୁଡ଼ା ଡ଼ି.ଏ.ଭି. ପବ୍ଲିକ ସ୍କୁଲର ବସରେ ପ୍ରାୟ ୨୦ରୁ ୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ କୌଣସି କାର୍ଯ୍ୟ ପାଇଁ ଲଖନପୁରର ବନ୍ଧବାହାଲ ଆଡ଼କୁ ଯାଉଥିବା ବେଳେ ଶନି ମନ୍ଦିର ଠାରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବସ ଡ୍ରାଇଭର ଜଣକ ଅଧିକ ଗୁରୁତର ହୋଇଥିବା ଦେଖାଦେଇଛି ।