କଟକ: ଖସିଲା ମଧୁପାଟଣା ଛକରେ ଥିବା ରେଲୱେ ଓଭର ହାଇଟ୍ ଗଜ୍,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ(କେନ୍ୟୁଜ୍): ଖସିଲା ମଧୁପାଟଣା ଛକରେ ଥିବା ରେଲୱେ ଓଭର ହାଇଟ୍ ଗଜ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ମୁତାବକ ଅପରାହ୍ନ ସମୟରେ ଏକ ବଡ କଣ୍ଟେନର ଗାଡି ଯିବା ସମୟରେ ସେହି ଓଭର ହାଇଟ୍ ଗଜରେ ମାଡ଼ ହୋଇଥିଲା । ଯାହା ଫଳରେ ଗାଡିଟି ଯିବା ପରେ ଓଭର ହାଇଟ୍ ଗଜ ଖସିପଡିଥିଲା ।

rail way bariket

ସେହି ରାସ୍ତାଦେଇ ଯାଉଥିବା ଅନେକ ଗାଡି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଘଟଣା ଘଟିବା ପରେ କିଛି ସମୟ ଯାଏଁ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ଭିଡକୁ ଦେଖି ପୋଲିସ ଘଟଣା ସ୍ତଳରେ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା।