ସରକାରଙ୍କ ସହ ଆଲୋଚନା ପରେ ସ୍ଥଗିତ ହେଲା ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ବର(କେନ୍ଯୁଜ୍) : ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ସହ ଆଲୋଚନା ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ହୋଇଛି । ମଳିତ ମଞ୍ଚର ୧୩ ଜଣିଆ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ନଭେମ୍ବର ୩୦ ପର୍ଯ୍ଯନ୍ତ ଆନ୍ଦୋଳନ ସାମୟିକ ସ୍ଥଗିତ କରାଯାଇଛି । ନଭେମ୍ବର ୩୦ ପର୍ଯ୍ଯନ୍ତ ଦାବି ପୂରଣ ପାଇଁ ମହଲତ ଦେଇଛି ମିଳିତ ମଞ୍ଚ । ଏହି ତାରିଖ ସୁଦ୍ଧା ଦାବି ପୂରଣ ନହେଲେ, ଡିସେମ୍ବର ୧ରୁ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହେବ । ଶିକ୍ଷକମାନେ ୫୯ ଦିନ ଧରି ଆନ୍ଦୋଳନ ଚଳାଇଥିଲେ । ଆଜି ଆଲୋଚନାରେ ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

You might also like