ସରୁନି ବାଲୁଗାଁ ଓଭରବ୍ରିଜ୍ ନିର୍ମାଣ କାମ
ଖୋର୍ଦ୍ଧା(କେନ୍ୟୁଜ୍): କେବେ ସରିବ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓଭରବ୍ରିଜ୍ ନିର୍ମାଣ କାମ? ୨୦୧୬ରେ କାମ ସାରିବାକୁ ଲକ୍ଷ୍ୟ ରହିଥିଲା। କିନ୍ତୁ ଆରମ୍ଭ ହେଲା ୨୦୧୬ରେ। ଚାରି ବର୍ଷ ହେଲାଣି ବ୍ରିଜ୍ ନିର୍ମାଣ କାମ ସରି ପାରୁ ନଥିବାରୁ ହୀନସ୍ତା ଭୋଗୁଛନ୍ତି ଏହା ଉପରେ ନିର୍ଭରଶୀଳ ଲୋକ। ବ୍ରିଜର ଉଭୟ ପାର୍ଶ୍ୱରେ ନାହିଁ ଆପ୍ରୋଚ୍ ରୋଡ୍। ରାସ୍ତା ସାରା ବଡ଼ ବଡ଼ ଖାଲ। ବର୍ଷା ଦିନ ଯାଆସ କରିବା ମୁସ୍କିଲ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।