ମୋ ଶୁଆକୁ ଖୋଜିଦେଲେ ଦେବି ୫ ହଜାର ଟଙ୍କା, ମାଲିକାଣୀ ଦେଲେ ଏମିତି ବିଜ୍ଞାପନ

ନିଖୋଜ ଶୁଆ ପାଇଁ ୫ ହଜାର ଟଙ୍କାର ଆର୍ଥିକ ରାଶି। ଖୋଜି ଆଣିଦେଲେ ଦିଆଯିବ ଏହି ଆର୍ଥିକ ପୁରସ୍କାର। ଯାହାର ଲିଫଲେଟ ଏବେ କଟକ ସହରରେ ବଣ୍ଟା ହେଲାଣି। ବିଭିନ୍ନ ଖବର କାଗଜ ଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଯାଏଁ ସବୁଥିରେ ନିଖୋଜ ଶୁଆ କୋକୋ ପାଇଁ ଦିଆଯାଇଛି ବିଜ୍ଞାପନ। ଏଭଳି ରୋମାଞ୍ଚକର ଖବର କଟକ ସହରର ତୁଳସୀପୁର ଅଞ୍ଚଳରୁ ଆସିଛି।

parrot (2)

କଟକର ବାସିନ୍ଦା ପ୍ରଫେସର ସସ୍ମିତା ବେହେରା ଘରେ ଏକ ଶୁଆ ପୋଷିଥିଲେ। ଶୁଆର ନାଁ ରଖିଥିଲେ କୋକୋ। ଘର ସନ୍ତାନ ଭଳି ତାର ଯତ୍ନ ନିଆଯାଉଥିଲା। ସେ ପିଞ୍ଜରାରେ ନୁହେଁ ବରଂ ଘରେ ଖୋଲାରେ ବୁଲୁଥିଲା। କିନ୍ତୁ କିଛି ଦିନ ତଳେ ହଠାତ୍ ମାସ୍କ ପିନ୍ଧିଥିବା କିଛି ଲୋକଙ୍କୁ ଦେଖି ଶୁଆଟି ନିଖୋଜ ହୋଇ ଯାଇଛି। ପରିବାର୍ ସଦସ୍ୟ ପରି ଥିବା କୋକୋ ପାଇଁ ଏବେ ପୂରା ପରିବାର ଚିନ୍ତାରେ।

ତଥାପି ଘରେ ଲୋକମାନେ ଏବେ ବି କୋକୋ ଫେରିବ ବୋଲି ଆଶା ଲଗେଇ ବସିଛନ୍ତି। କୋକୋ ନିଖୋଜ ହେବା ଦିନ ଠାରୁ ପୂରା ପରିବାର ଭାଙ୍ଗି ପଡିଛନ୍ତି। ଘରେ ପୁଅ ପରି ସ୍ନେହ ଓ ପ୍ରେମ ପାଉଥିଲା କୋକୋ। ଛୋଟ ଥିବା ବେଳେ ଆହତ ଅବସ୍ଥାରେ ତାକୁ ଉଦ୍ଧାର କରି ପରିବାର ଲୋକେ ତାକୁ ଘରେ ରଖିଥିଲେ। ଏବେ ସେ ଘରକୁ କେମିତି ଫେରିବ ସେ ନେଇ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ତାକୁ ଖୋଜା ଚାଲିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.