ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା ଓ ସତ୍ୟାଗ୍ରହ

ଯାଜପୁର (କେନ୍ୟୁଜ୍) : ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବା ନବନିର୍ମାଣ କୃଷକ ସଂଗଠନର ପଦଯାତ୍ରା ସତ୍ୟାଗ୍ରହ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଗତକାଲି ଯାଜପୁର ଜିଲ୍ଲାର ନେଉଳପୁରଠାରେ ରାତ୍ରି ରହଣୀ ପରେ ଆଜି ସକାଳୁ ପୁଣି ପଦଯାତ୍ରା ବାହାରିଥିଲା । ଚଣ୍ଡିଖୋଲ ଛକରେ ପହଂଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ପଦଯାତ୍ରାରେ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଚାଷୀ ସାମିଲ ହୋଇଥିଲେ । ଏହି ପଦଯାତ୍ରା ଛତିଆରେ ପହଞ୍ଚିବା ପରେ ସେଠାରେ ଚାଷୀମାନେ ରାତ୍ରି ଯାପନ କରିବେ । ରାଜ୍ୟରେ ୩୬ଲକ୍ଷ ଚାଷୀଙ୍କ ପାଇଁ ୫ ହଜାର ଟଙ୍କା ଲେଖାଏଁ ମୋଟ୍ ୨୧ହଜାର ୬ଶହ କୋଟି ଟଙ୍କା ସରକାର ବଜେଟରେ ବ୍ୟୟ ବରାଦ କରନ୍ତୁ ବୋଲି ଦାବି କରାଯାଇଛି । ନଚେତ୍ ଆଗାମୀ ୫ତାରିଖ ଦିନ ଭୁବନେଶ୍ୱରରେ ୩ ଲକ୍ଷ ଚାଷୀ ଏକାଠି ହୋଇ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ସଂଗଠନ ଚେତାବନୀ ଦେଇଛି । ଏହି ପଦଯାତ୍ରା ବେଳେ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।