କ୍ଷୟକ୍ଷତି ଆକଳନ ଗୋଟିଏ ଦିନ ବୃଦ୍ଧି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତକାଲି ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ବୁଲି ଦେଖିଥିଲେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ।  ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ଗାଁ ବୁଲି ସରଜମିନ ତଦନ୍ତ କରାଯାଇଛି ।

୩ ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଫସଲ କ୍ଷତି ହୋଇଛି ।  ସ୍ଥିତି ଅନୁଧ୍ୟାନ ପରେ ଫସଲ କ୍ଷୟକ୍ଷତି ଆକଳନର ଅବଧି ଆଉ ଗୋଟିଏ ଦିନ ବଢିଛି ।  ଆସନ୍ତାକାଲି କ୍ଷୟକ୍ଷତି ରିପୋର୍ଟ ଆସିବ ।  ୨୦ ତାରିଖ ଠାରୁ ୨ ଥର ଲଘୁଚାପ ଜନିତ ବର୍ଷା ହୋଇଛି । ଧାନ ବ୍ୟତୀତ ପରିବା, କପାଚାଷର ମଧ୍ୟ କ୍ଷତି ଆକଳନ କରାଯିବ ।