ଅଦିନିଆ ଲଗାଣ ବର୍ଷାରେ କୁଚିଣ୍ଡା ଉପଖଣ୍ଡରେ ଭିଜୁଛି ହଜାର ହଜାର ବସ୍ତା ଧାନ, ପ୍ରଶାସନର ଅବହେଳା ଯୋଗୁ ଏପରି ଅବସ୍ଥା ହୋଇଥିବା ନେଇ ଅଭିଯୋଗ

କୁଚିଣ୍ଡା: ଅଦିନିଆ ଲଗାଣ ବର୍ଷାରେ ଭିଜୁଛି ଧାନ । କୁଚିଣ୍ଡା ଉପଖଣ୍ଡରେ ଅଦିନିଆ ବର୍ଷାରେ ଧାନ ମଣ୍ଡିରେ ପଡିଥିବା ହଜାର ହଜାର ବସ୍ତା ଧାନ ଭିଜି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରଶାସନର ଅବହେଳା ଯୋଗୁ ଏପରି ଅବସ୍ଥା ହୋଇଛି । କୁଚିଣ୍ଡା ଉପଖଣ୍ଡରେ ଚଳିତ ବର୍ଷ ଧାନ ଭଲ ହୋଇଛି । ଚାଷୀ ବହୁ କଷ୍ଟରେ ଅମଳ କରି ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣିଥିଲେ । ଟୋକନ ଅବ୍ୟବସ୍ଥା ଯୋଗୁ ଖୋଲା ଆକାଶ ତଳେ ଧାନ ବସ୍ତା ପଡିରହିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.