ପଦ୍ମ ସମ୍ମାନ ଘୋଷଣା: ପଦ୍ମ ବିଭୂଷଣରେ ପାଇବେ ଦିଲ୍ଲୀପ ମହାଲାନାବିସ

କେନ୍ୟୁଜ୍(ବ୍ୟୁରୋ):  ୨୦୨୩ ପାଇଁ ପଦ୍ମ ପୁରସ୍କାର ଘୋଷିତ। ପଦ୍ମ ବିଭୂଷଣରେ ପାଇବେ ଦିଲ୍ଲୀପ ମହାଲାନାବିସ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଏହି ସମ୍ମାନ। ଅନ୍ୟ ୨୫ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯିବ। ଡାକ୍ତର ରତନ ଚନ୍ଦ୍ର କରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଆଣ୍ଡାମାନ ଦ୍ୱୀପରେ ଜରୱା ଜନଜାତିଙ୍କ ଚିକିତ୍ସା ପାଇଁ ସମ୍ମାନ ପ୍ରଦାନ କରାଯିବ ଶଙ୍କୁରର୍ଥୀ ଚନ୍ଦ୍ର ଶେଖରଙ୍କୁ ସମାଜ ସେବା କ୍ଷେତ୍ରରେ ମିଳିବ ପଦ୍ମଶ୍ରୀ ସମ୍ମାନ ।

ଭାଦିଭେଲ ଗୋପାଲ ଓ ମାସି ସଦାଇୟାଙ୍କୁ ପ୍ରଦାନ କରାଯିବ ପଦ୍ମଶ୍ରୀ । ନାଗା ସମାଜସେବୀ ରାମକୁଇୱାଙ୍ଗବେ ନ୍ୟୁମେଙ୍କୁ ହେରେକା ଅଞ୍ଚଳର ସଂରକ୍ଷଣ ପାଇଁ ମିଳିବ ପଦ୍ମଶ୍ରୀ । କୁନୁର ଗାନ୍ଧି ଭିପି ଅପ୍ପୁକୁଟ୍ଟନ ପୋଡୁଭାଲ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ଗୁଜରାଟରେ ସିଦ୍ଦି ସଂପ୍ରଦାୟର ପ୍ରଗତି ପାଇଁ ହୀରାବାଇ ଲୋବିଙ୍କୁ ମିଳିବ ପଦ୍ମଶ୍ରୀ । ୫ଦଶନ୍ଧି ଧରି ଗରିବଙ୍କୁ ଚିକିତ୍ସା ଯୋଗାଇ ଆସିଥିବା ମୁନସିୱର ଚନ୍ଦେର ଦୱରଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.