କଳାଧାନର ମା’ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଜୟପୁର (କେ ନ୍ୟୁଜ୍‌) : କୋରାପୁଟର ଗର୍ବ ଗୌରବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ।

KAMALA PUJARI

କଳା ଧାନ ଉତ୍ପାଦନ କରି କୋରାପୁଟ ତଥା ଓଡ଼ିଶାକୁ ଖ୍ୟାତି ଆଣିଥିବା କମଳା ପୂଜାରୀ ଅର୍ଥାଭାବ ସ୍ଥିତିରେ ରହିଛନ୍ତି । ତାଙ୍କ ବୟସ ଏବେ ୭୧ ବର୍ଷ । ସେ ଅନେକ ପ୍ରକାର ଦେଶୀ ଧାନ ବିହନକୁ ସଂରକ୍ଷିତ କରି ରଖିଥିଲେ । ଏହା ସହିତ ସେ ପରିବେଶ ସୁରକ୍ଷା ଓ ଜଙ୍ଗଲ ରକ୍ଷା ଦିଗରେ ଅନେକ ସଚେତନତାମୂଳକ କାର‌୍ୟ୍ୟ କରିଛନ୍ତି । ୨୦୦୨ରେ ତାଙ୍କୁ ଦକ୍ଷିଣ ଆଫ୍ରିକା ‘ଇବେଟର ଇନିସିଏଟିଭ୍‌’ ପୁରସ୍କାର ଏବଂ ୨୦୦୩ରେ ଭାରତ ସରକାରଙ୍କ ପକ୍ଷରୁ କୃଷି ବିଶାରଦ ପୁରସ୍କାର ମିଳିଥିଲା । ଏମିତିକି ତାଙ୍କ ନାମରେ ଭୁବନେଶ୍ୱର ଓୟୁଏଟିର ଛାତ୍ରୀ ନିବାସକୁ ନାମିତ କରାଯାଇଛି ।
ପ୍ରଶାସନ ଓ ସରକାର ଏଭଳି ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ତାଙ୍କର ଏହି ସ୍ଥିତିରେ ସହାୟତାର ହାତ ବଢ଼ାଇବାକୁ ଦାବି ହୋଇଛି ।

Leave A Reply

Your email address will not be published.