ପଦ୍ମପୁରରେ ଦଳିତ ପରିବାରଙ୍କୁ ବାସହରା କଲା ପ୍ରଶାସନ, ଶେଷରେ ଭୟରେ ଜଙ୍ଗଲ ଭିତରେ ମୁଣ୍ଡ ଗୁଞ୍ଜିବାକୁ ହେଲେ ବାଧ୍ଯ

ପଦ୍ମପୁର: ଗରିବ ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ଯେଉଁ ଲୋକ ମାଟି ଘରେ ବା କୁଡିଆ ଘରେ ରହୁଛି ତାକୁ ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି । ଭୂମିହୀନ ମାନଙ୍କୁ ଜମି ଯୋଗାଇ ଦେବା ସହ ପଟ୍ଟା ମଧ୍ଯ ପ୍ରଦାନ କରୁଛନ୍ତି । ହେଲେ ପଦ୍ମପୁର ଉପଖଣ୍ଡ ସିମା ଅଂଚଳ ଝାରବନ୍ଧ ବ୍ଲକ ଭଣ୍ଡାରପୁରୀ ପଂଚାୟତ ଜାମପାଲିରେ ଏହାର ଓଲଟା ଦେଖିବାକୁ ମିଳିଛି । ଏହି ଗ୍ରାମର ଜଣେ ଦଳିତ ପରିବାରଙ୍କୁ ପ୍ରଶାସନ ବାସହରା କରିଥିବା ଅଭିଯୋଗ ହୋଇଛି ।

ପଦ୍ମପୁର ଉପଖଣ୍ଡ ଶେଷ ସିମା‘ ଝାରବନ୍ଧ ବ୍ଲକ ଭଣ୍ଡାରପୁରୀ ପଂଚାୟତର ଜାମପାଲି ଗାଁର ଲତା ସୁନା ଓ ତାଙ୍କ ପରିବାର । ବହୁ ଦିନରୁ ଏଠାରେ ବାସ କରୁଛନ୍ତି । ଲତା ସୁନା ତାଙ୍କ ସ୍ୱାମୀ ଓ ଚାରି ଝିଅକୁ ନେଇ ସୁଖରେ ସଂସାର ଚାଲିଥିଲା । ଦିନ ମଜୁରୀ ତଥା ଘୁଷୁରି ପାଳନ କରି ନିଜ ପରିବାର ପୋଷଣ କରୁଥିଲେ ଘରର ମୁରବି । ତେବେ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଘର ପାଇ ସେହି ଘରେ ସେ ବସବାସ କରୁଥିଲେ । ହେଲେ ଦୀର୍ଘ ଏକ ବର୍ଷ ହେବ ଝାରବନ୍ଧ ବ୍ଲକ ପ୍ରଶାସନ ଲତା ସୁନାଙ୍କ ପରିବାରକୁ ବାସହରା କରିଛି । ଝାରବନ୍ଧ ତହସିଲଦାର ଓ ଝାରବନ୍ଧ ପୋଲିସ ଜେସିବି ମେସିନ ସାହର୍ଯ୍ଯରେ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେବା ସହ ତାଙ୍କ ପରିବାରକୁ ବାସହରା କରିଥିବା ନେଇ ଲତା ସୁନା ଅଭିଯୋଗ କରିଛନ୍ତି । ବାସହରା ହେବା ପରେ ସେ ନିଜ ପରିବାରକୁ ବଂଚାଇବା ପାଇଁ ଭୟରେ ସେହିଁ ଗାଁରୁ ପ୍ରାୟ ୩୦ କିମି ଦୂର ଏକ ଜଙ୍ଗଲରେ ଝାଟିମାଟି କୁଡିଆ କରି ମୁଣ୍ଡ ଗୁଂଜିଛି ଏହି ପରିବାର ।

forestଝାଟିମାଟିରେ କାନ୍ଥ ଏବଂ ଛିଣ୍ଡା ପଲିଥିନ ଓ ପାଳ ନଡାରେ ଛପର ତିଆରି ରହୁଛନ୍ତି । ପ୍ରଶାସନ ଘର ଭାଙ୍ଗିଦେବା ଫଳରେ ତାଙ୍କର ବହୁ ଧନ ସମ୍ପତି ନଷ୍ଟ ହୋଇଥିବା ଅବିଯୋଗ ହୋଇଛି । ଲତା ସୁନାଙ୍କ ଚାରି ଗୋଟି ଝିଅ ମଧ୍ଯରୁ ସାନ ଝିଅ କ୍ଷୀରବତୀ ସୁନା ଦଶମ ଶ୍ରେଣୀର ପାଠ ପଢୁଥିଲେ ହେଲେ ପ୍ରଶାସନ ଘର ଭାଙ୍ଗି ବାସହରା କରିଦେବା ପରେ ସେ ପାଠ ପଢିବାରୁ ମଧ୍ଯ ବଂଚିତ ହୋଇ ରହିଛନ୍ତି । କ୍ଷୀରବତୀରଙ୍କ ପାଠ ପଢାରେ ଆଗ୍ରହ ଥିଲେ ମଧ୍ଯ ସେ ପାଠ ପଢିପାରୁ ନାହାନ୍ତି। ଖାଲି ଘର ଭାଙ୍ଗିନି ଏହି ଛୁଆଙ୍କର ଯେପରି ପ୍ରଶାସନ ଭବିଷ୍ଯତକୁ ମଧ୍ଯ ଭାଙ୍ଗି ଚୁରମାର କରି ଦେଇଛି । ଘର ଭାଙ୍ଗିଲା ବେଳେ ଝିଅର ପାଠ୍ଯ ପୁସ୍ତକ ସେହି ଭଙ୍ଗା କାନ୍ଥତଲେ ଚାପି ହୋଇ ରହିଗଲା । ଉଜ୍ୱଲ ଭବିଷ୍ଯତ ଆଶା କରିଥିବା କ୍ଷୀରବତୀ ଏବେ ବାପା ମାଁ ସହ ଜଙ୍ଗଲରେ ପଡି ରହିଛି ।

ପ୍ରଶାସନ ଗରିବ ଲୋକଙ୍କୁ ଘର ଯୋଗାଉଥିବାବେଳେ ଗୋଟିଏ ପରିବାରକୁ ବାସହରା କଲା ବା କାହିଁକି? ପିଲାଙ୍କୁ ପାଠ ପଢିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଉ ଥିବା ପ୍ରଶାସନ ଜଣେ ଝିଅର ଭବିଷ୍ଯକୁ ମାଟିରେ ମିଶାଇଲା କାହିଁକି? ତାହା ଏବେ ପ୍ରଶ୍ନବାଚୀ । ଏ ବିଷୟରେ ପଦ୍ମପୁର ଉପଜିଳ୍ଲାପାଲ ତନ୍ମୟ କୁମାର ଦରୱାନଙ୍କୁ ପଚରା ଯିବାରୁ ସେ ଏ ବିଷୟରେ ତଦନ୍ତ କରି ଉକ୍ତ ପରିବାରକୁ ଥଇଥାନ କରିବାର ବ୍ଯବସ୍ଥା କରିବେ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.