ପଦ୍ମପୁର ଉପନିର୍ବାଚନ: ବିଜେପି ନେତା ହିଂସା ଆଚରଣ କରୁଥିବା ଅଭିଯୋଗ କରିଛି ବିଜେଡି

(କେନ୍ୟୁଜ): ରାଜନୈତିକ ହିଂସାରେ ବିଶ୍ୱାସ କରେ ବିଜେପି । ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ପରି ହିଂସା କରିବାକୁ ଦଳ ପ୍ରୟାସ କରୁଛି । ପଦ୍ମପୁର ଉପନିର୍ବାଚନ ବେଳେ ବିଜେପି ନେତା ହିଂସା ଆଚରଣ କରୁଥିବା ଅଭିଯୋଗ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି ସାଂସଦ ସସ୍ମିତ ପାତ୍ର । ବିଜେପିର ୪ ନେତା କୁସୁମ ଟେଟେ, କାଳନ୍ଦି ସାମଲ, ପିଙ୍କି ପ୍ରଧାନ ଓ ଠାକୁର ରଣଜିତ ଦାସ ପଦ୍ମପୁରରେ ହିଂସା ଆଚରଣ କରୁଛନ୍ତି । ସେମାନଙ୍କୁ ଉପନିର୍ବାଚନ ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜେଡି ।

ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେବ ଦଳ । ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶାରେ ହିଂସାକୁ ଚରମସୀମାକୁ ନେଇ ଗଲାଣି ବିଜେପି । ପଦ୍ମପୁରରେ ଜିଏସଟି ରେଡ୍‌ ବେଳେ ଅଧିକାରୀଙ୍କୁ ବିଜେପି ନେତା ହଇରାଣ କରିଥିବା ଅଭିଯୋଗ କରିଛି ବିଜେଡି । GST ଅଧିକାରୀଙ୍କ ଉପରେ ଗାଳିଗୁଲଜ କରିବା ଦୁର୍ଭାଗ୍ୟଜନକ କହିବା ସହ ନିନ୍ଦା କରିଛନ୍ତି ସସ୍ମିତ ପାତ୍ର । ବିଜେଡିର ଅଭିଯୋଗର ଜବାବ ରଖିଛି ବିଜେପି । ସାଂସଦ ସୁରେଶ ପୂଜାରୀ କହିଛନ୍ତି, ହିଂସା ବିଜେଡି କରୁଛି । ବିଜେପି ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.