ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ, ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

ଭୁବନେଶ୍ୱର(କେନ୍ୟୁଜ୍):  ଆସନ୍ତାକାଲି ଆସିବ ପଦ୍ମପୁର ଜନାଦେଶ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି କରାଯିବ । ସକାଳ ୮ଟାରେ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍‌ ପେଡି । ପଦ୍ମପୁର ଆରଏମ୍‌ସି ୟାର୍ଡରେ କାଉଣ୍ଟିଂ ସେଣ୍ଟର କରାଯାଇଛି । ସେଠାରେ କଡ଼ା ସୁରକ୍ଷା ଭିତରେ ଷ୍ଟ୍ରଙ୍ଗରୁମରେ ଅଛି ଇଭିଏମ୍‌ ।

ପ୍ରତି ଟେବୁଲରେ ରହିବେ କାଉଣ୍ଟିଂ ଏଜେଣ୍ଟ । ଭୋଟ୍‌ ଗଣତି କେନ୍ଦ୍ରକୁ ମୋବାଇଲ୍‌ ଫୋନ ନେବା ମନା । ଭୋଟ୍‌ ଗଣତି କେନ୍ଦ୍ର ବାହାରେ ରହିବ ମିଡିଆ ସେଣ୍ଟର । ଭୋଟ୍‌ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟ ପୋଲିସ ସହ ରାଜ୍ୟ ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.