ଉପନିର୍ବାଚନରେ କାହାର ବାଜିମାତ? ଆଜି ଆସିବ ପଦ୍ମପୁର ରେଜଲ୍ଟ

ପଦ୍ମପୁର(କେନ୍ୟୁଜ୍): ପଦ୍ମପୁର ବାଜି ଜିତିବ କିଏ ? ଉପନିର୍ବାଚନରେ କାହାର ବାଜିମାତ । ଆଜି ବାହାରିବ ଭାଗ୍ୟଫଳ । ଆଜି ଆସିବ ପଦ୍ମପୁର ରେଜଲ୍ଟ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଭୋଟ୍‌ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ପ୍ରଥମେ ୨୯୬ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାପରେ ସାଢ଼େ ୮ଟାରେ ଖୋଲିବ ଇଭିଏମ୍‌ ପେଡି ।

ପଦ୍ମପୁର ଆରଏମ୍‌ସି ୟାର୍ଡରେ କାଉଣ୍ଟିଂ ସେଣ୍ଟର ହୋଇଛି । କଡ଼ା ସୁରକ୍ଷା ଭିତରେ ଭୋଟ୍‌ ଗଣତି କରାଯିବ । ୩୧୯ ବୁଥର ଭୋଟ୍‌ ଗଣତି ୧୪ଟି ଟେବୁଲରେ କରାଯିବ । ଏଥିଲାଗି ୧୮ କାଉଣ୍ଟିଂ ଅଫିସର, ୧୮ କାଉଣ୍ଟିଂ ସହାୟକ ଓ ୨୦ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଛନ୍ତି ।

ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଓ ମାଇକ୍ରୋ ଅବଜରଭର ରହିବେ। ୫ଟି ବୁଥ୍‌ର ଭିଭିପାଟ ସ୍ଲିପକୁ ଇଭିଏମ ନମ୍ବର ସହ ମେଳ କରାଯିବ। ଭୋଟ୍‌ ଗଣତି କେନ୍ଦ୍ରକୁ ମୋବାଇଲ୍‌ ଫୋନ ନେବା ମନା। ଭୋଟ୍‌ ଗଣତି କେନ୍ଦ୍ର ବାହାରେ ରହିବ ମିଡିଆ ସେଣ୍ଟର। କାଉଣ୍ଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.