ଭୁବନେଶ୍ୱର ଏମ୍‌ସର ନୂତନ ସଭାପତି ହେଲେ ପଦ୍ମଶ୍ରୀ ପ୍ରଫେସର ଡ.ସୁବ୍ରତ କୁମାର ଆଚାର୍ଯ୍ଯ

ଭୁବନେଶ୍ୱର(କେନ୍ଯୁଜ୍) : ଏମ୍‌ସ ଭୁବନେଶ୍ୱରର ସଭାପତି ଭାବେ ମନୋନୀତ ହୋଇଛନ୍ତି ପଦ୍ମଶ୍ରୀ ପ୍ରଫେସର ଡ.ସୁବ୍ରତ କୁମାର ଆଚାର୍ଯ୍ଯ। ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ଡ. ସୁବ୍ରତ କୁମାର ଆଚାର୍ଯ୍ଯ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସଲର ସହ କିମ୍‌ସର ଓଭରଅଲ୍‌ ଇନ୍‌ ଚାର୍ଜ ଦାୟିତ୍ୱରେ ଅଛନ୍ତି । ଗତ ୪୦ ବର୍ଷ ହେଲା ଡକ୍ଟର ଆଚାର୍ଯ୍ଯ ଏମ୍‌ସ ସହ ଜଡିତ ଅଛନ୍ତି । ଏମ୍‌ସରୁ ଅବସର ନେବା ପରେ ସେ ଗତ ଦୁଇ ବର୍ଷ ହେବ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସଲର ଦାୟିତ୍ୱରେ ଅଛନ୍ତି । ଏହାସହ କିମ୍‌ସ ପରିଚାଳାନାର ସଂପୂର୍ଣ୍ଣ ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ ରହିଛି । ଏମ୍‌ସ ଭୁବନେଶ୍ୱରର ସଭାପତି ଭାବେ ମନୋନୀତ ହେବା ପରେ ଖୁସି ବ୍ୟକ୍ତ କରି, ଡକ୍ଟର ଆଚାର୍ଯ୍ଯଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ । ଏହା ସହ ଡ. ସୁବ୍ରତ କୁମାର ଆଚାର୍ଯ୍ଯଙ୍କୁ ମନୋନୀତ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡ. ସାମନ୍ତ ।

12345ଡକ୍ଟର ଆଚାର୍ଯ୍ଯ ଭାରତର ପ୍ରଖ୍ୟାତ ଗ୍ୟାଷ୍ଟ୍ରୋ-ଆଣ୍ଟ୍ରୋଲୋଜିଷ୍ଟ ଓ ହେପ୍ଟାଲୋଜି ସ୍ପେସାଲିଷ୍ଟ । ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଆୟୁଷ୍ମାନ ଭାରତ ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୀତି ପ୍ରସ୍ତୁତିରେ ଡକ୍ଟର ଆଚାର୍ଯ୍ଯଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ତାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ମଧ୍ୟ, ସେ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍‌ସଲର ସହ କିମ୍‌ସର ଓଭରଅଲ୍‌ ଇନ୍‌ ଚାର୍ଜ ଦାୟିତ୍ୱରେ ରହିବେ ବୋଲି ଡକ୍ଟର ସୁବ୍ରତ କୁମାର ଆଚାର୍ଯ୍ଯ ସୂଚନା ଦେଇଛନ୍ତି ।