କଟକ SCBରେ ପଦ୍ମଶ୍ରୀ କମଳା ପୂଜାରୀ, ପ୍ରଥମେ କାଜୁଆଲଟି ଓ ପରେ ସ୍ୱତନ୍ତ୍ର ICUକୁ ସ୍ଥାନାନ୍ତର

ଜୟପୁର(କେନ୍ୟୁଜ୍): କଟକ SCBରେ ପଦ୍ମଶ୍ରୀ କମଳା ପୂଜାରୀ । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲଟି ଓ ପରେ ସ୍ୱତନ୍ତ୍ର ICUକୁ ସ୍ଥାନାନ୍ତର କରାଯାଇଛି। କୋରାପୁଟ ଜିଲ୍ଲା ଡାକ୍ତରଖାନାରୁ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ୩ ଦିନ ଧରି ଜିଲ୍ଲା ଡାକ୍ତରଖାନାରେ ଅସୁସ୍ଥତା ଯୋଗୁ ଚିକିତ୍ସାଧୀନ ଥିଲେ।

୨୦୨୧ରୁ କିଡ୍‌ନୀ ଜନିତ ସମସ୍ୟାରେ ଥିବା ବେଳେ ବର୍ତ୍ତମାନ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଆଜି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଆଉ କିଛି ପରୀକ୍ଷା କରାଯିବ। ତାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗତ ୨୧ ତାରିଖରେ ଅସୁସ୍ଥ ହୋଇ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.