ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାର୍ କରୋନାରେ ସଂକ୍ରମିତ, ଘରୋଇ ମେଡିକାଲରେ ଭର୍ତ୍ତି

ଯାଜପୁର(କେନ୍ଯୁଜ): ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାର୍ କରୋନାରେ ସଂକ୍ରମିତ । ନନ୍ଦ ସାର୍ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ରାତିରେ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ପଦ୍ମଶ୍ରୀ ନନ୍ଦ ସାର କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ ।

ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାରଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଶ୍ରୀ ପୃଷ୍ଟିଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ନନ୍ଦ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ । ପରେ ତାଙ୍କୁ ଟାଟା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନା ଅନୁସାରେ ରବିବାର ନନ୍ଦ ସାର୍‌ଙ୍କ ବଡ଼ପୁଅ ଗଣେଶ୍ୱର ପୃଷ୍ଟିଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ ତାଙ୍କରି ଗାଁର ଦୁଇଜଣ ବ୍ୟକ୍ତି । ଜମିବାଡ଼ି ବିବାଦକୁ ନେଇ ଗଣେଶ୍ବରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ଦୁଇ ଅଭିଯୁକ୍ତ ନନ୍ଦ ସାର୍‌ଙ୍କ ଉପରେ ଆକ୍ରମଣ କରିବାକୁ ଧମକ ମଧ୍ୟ ଦେଇଥିଲେ । ଗଣେଶ୍ବରଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଗତକାଲିଠାରୁ ମାନସିକ ଚିନ୍ତାରେ ରହିଥିଲେ । ଯାହା ପ୍ରଭାବ ତାଙ୍କ ଶରୀର ଉପରେ ପଡ଼ିଛି । ଫଳରେ ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି ।

Leave A Reply

Your email address will not be published.