ପଦ୍ମଶ୍ରୀ ରଜତ କରଙ୍କ ଦେହାନ୍ତ, ୮୮ ବର୍ଷରେ ଘରୋଇ ହସ୍ପିଟାଲରେ ବୁଜିଲେ ଆଖି

ଭୁବନେଶ୍ବର(କେନ୍ୟୁଜ୍):  ପଦ୍ମଶ୍ରୀ ରଜତ କରଙ୍କ ଦେହାନ୍ତ।ଚିକିତ୍ସାଧୀନ ଅବସ୍ଥାରେ ୮୮ ବର୍ଷରେ ଏକ ଘରୋଇ ହସ୍ପିଟାଲରେ ବୁଜିଛନ୍ତି ଆଖି।  ଗତ ବର୍ଷ ସେ ରାଷ୍ଟ୍ରପତିଙ୍କ ଠାରୁ  ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ  ପାଇଥିଲେ ।

ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡ଼. ରଜତ କୁମାର କରଙ୍କୁ  ଆମର ଲୋକନାଟ୍ୟ ‘ପାଲା’କୁ ଜୀବନ୍ତ ରଖିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ତାଙ୍କର ବିୟୋଗରେ ରେ ସଂସ୍କୃତି ପ୍ରେମୀ ଙ୍କ ଭିତରେ ଶୋକ ର ଛାୟା ଖେଳିଯାଇଛି ।

ରଜତ କୁମାର କର (ଜନ୍ମ: ୨ ଅକ୍ଟୋବର ୧୯୩୪) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା । ଦୀର୍ଘ ୬୦ ବର୍ଷ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି ।  ୨୦୨୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।  ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ । ସେ  ରେଭେନ୍ସା କଲିଜେଟ୍ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ କରିଥିଲେ ।

 

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଛନ୍ତି ।

  • ଜନ ଜୀବନରେ ଜଗନ୍ନାଥ – ୨୦୦୬ ( ବସଙ୍ଗ ପବ୍ଲିକେଶନ୍ସ, କଟକ )
  • ଅନନ୍ୟ ଜଗନ୍ନାଥ ଅନୁଭୁତିରେ – ୨୦୦୮ ( ମହାବୀର ପ୍ରକାଶନ, ଭୁବନେଶ୍ୱର )
  • ଅନ୍ଧପୁଟୁଳି – ୧୯୭୧ ( ଜେ ମହାପାତ୍ର ଆଣ୍ଡ କୋ, କଟକ )
  • ଚନ୍ଦନ ହଜୁର – ୧୯୬୭ ( ସାହିତ୍ୟ ମନ୍ଦିର, କଟକ )
  • ଜଣାଣ ଜଣାଉଛି ଜଗନ୍ନାଥଙ୍କୁ – ୧୯୯୯ ( ପ୍ରଭାତ କୁମାର କର )
  • ବାଇଶି ପାବଚ୍ଛ – ୧୯୯୯ ( ଶାନ୍ତି ପ୍ରକାଶନୀ, ଭୁବନେଶ୍ୱର )
  • ବୀର ଚାଖି ଖୁଣ୍ଟିଆ – ୨୦୦୩ ( ରଞ୍ଜିତ କର )
  • ଜନମାନସରେ ଭଞ୍ଜ – ୨୦୦୭ ( ବାସନ୍ତୀ ପବ୍ଲିକେଶନ୍ସ, କଟକ)

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.