ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର : ଏସସିବି ମେଡିକାଲର କୁଳ ସଚିବ

କଟକ : ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ( କୁଷ୍ଣ ଲୀଳା ଗାୟକ ), ବୟସ 106 ବର୍ଷ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ତାଙ୍କୁ ଏମକେସିଜି ମେଡିକାଲରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତିରେ ମେଡ଼ିସିନ ବିଭାଗରେ ପଦ୍ମଶ୍ରୀଙ୍କୁ ଭର୍ତ୍ତୀ କରାଯାଇଥିଲା । ପଦ୍ମଶ୍ରୀଙ୍କର ଇଉରିନ ଇନଫେକଶନ ହେବା ସହ ଉଚ୍ଚ ରକ୍ତ ଚାପ ଥିଲା । ଏସସିବି ବଡ଼ ମେଡିକାଲର ମେଡ଼ିସିନ ବିଭାଗର ମୁଖ୍ୟ ଡାକ୍ତର ବିଜୟ ବେହେରାଙ୍କ ନେତୃତ୍ୱରେ ପଦ୍ମଶ୍ରୀଙ୍କ ଚିକିତ୍ସା କରାଯାଉଛି । ମେଡ଼ିସିନ ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ପଦ୍ମଶ୍ରୀ । ଏବେ ସୁଦ୍ଧା  ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ଦେଇଛନ୍ତି ଏସସିବି ବଡ଼ ମେଡିକାଲର କୁଳ ସଚିବ ଅଭିନାଶ ରାଉତ ।