ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଭେଟିଲେ ଜିଲ୍ଲାପାଳ, ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ

 କୋରାପୁଟ(କେ ନ୍ୟୁଜ):  କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲଜ ହସପିଟାଲକୁ ଯାଇ ପଦ୍ମଶ୍ରୀ କମଳା ପୂଜାରିଙ୍କ ସ୍ବାସ୍ଥ୍ୟ ସ୍ଥିତି ପଚାରି ବୁଝିଛନ୍ତି ଜିଲ୍ଲାପାଳ । ଡାକ୍ତରଖାନାରୁ ମିଳିଥିବା ରିପୋର୍ଟ କିଡ୍ନୀ ଓ କଫଜନିତ ସମସ୍ୟାରେ ଆକ୍ରାନ୍ତ ଥିବା ଜଣାଯାଇଛି । ପଦ୍ମଶ୍ରୀ କମଲା ପୂଜାରୀ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ମେଡିସିନ ବିଭାଗର ମହିଳା ୱ୍ବାର୍ଡରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ମେଡିକାଲ କଲେଜ ହସପିଟାଲକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ରକ୍ତ ପରୀକ୍ଷା କରାଯାଇ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ହସପିଟାଲରର ଡାକ୍ତର ହସପିଟାଲ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨ଜଣ ମହିଳା ସମାଜ ସେବୀ କମଳାଙ୍କ ନିକଟରେ ରହିଛନ୍ତି ।

କିଡ୍ନୀ ସମସ୍ୟାରେ ଆକ୍ରାନ୍ତ ଥିବା ମେଡିକାଲ ସୂତ୍ରରୁ ପ୍ରକାଶ । କମଳାଙ୍କ ସ୍ବାସ୍ଥ୍ୟ ସ୍ଥିତିନେଇ ମେଡିକାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର । ଜରୁରୀ ଚିକିତ୍ସା ଯୋଗାଇଦେବା ସକାଶେ ମେଡିକାଲ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ମଧ୍ୟାହ୍ନ ୧୨ଟାବେଳେ ରାଜ୍ୟ ଯୋଜନାବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ମଧ୍ୟ ହସପିଟାଲରେ ପହଞ୍ଚିବାର ଜାର୍ଯ୍ୟକ୍ରମ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.