ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା ହୋଇଛନ୍ତି ଉଭୟ ରବି ଆଉ ମଞ୍ଜୁ । ପାଖରେ ସିନ୍ଦୁର ବି ଅଛି । ଏବେ ଆପଣ ବୁଝିସାରିଥିବେ ଏଠି କଣ ହେଉଛି । ଆଜ୍ଞା ଏମାନେ ଦୁଇଜଣ ଅଛନ୍ତି ଥାନାରେ । ଆଉ ଏହିଠାରେ ହିଁ ଦୁହେଁ ମାଳ ଅଦଳ ବଦଳ କରି କେକ୍‌ କାଟୁଛନ୍ତି । ଏଥିରେ ଉଭୟଙ୍କ ପରିବାର ବି ସେଠାରେ ଉପସ୍ଥିତ ଅଛନ୍ତି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ପରିସରରେ ଆଜି ଏକ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଜନ ପ୍ରତିନିଧି ଏବଂ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କୁ ବିବାହ କରିଛି ପାଡୁଆ ପୋଲିସ। ସ୍ଥାନୀୟ ବାଡେଲ ଗାଁର ରବୀନ୍ଦ୍ର ଚାଲାଣ ଓ ସେହି ଗାଁର ମଞ୍ଜୁଳା ହନ୍ତାଳ ବିବାହ ବନ୍ଧନରେ ଆବଦ୍ଧ ହୋଇ ଅଛନ୍ତି। ପୋଲିସ ସୂଚନା ଅନୁଯାୟୀ ରବୀନ୍ଦ୍ର ଓ ମଞ୍ଜୁଳା ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ସେମାନେ ବିବାହ କରିବା ପାଇଁ ମନସ୍ଥ କରିଥିଲେ। ଗତ ୩ ତାରିଖ ରେ ଦୁହେଁ ଘରୁ ଲୁଚି ପଳେଇ ଥିଲେ। ତାର ତିନି ଦିନ ପରେ ଅର୍ଥାତ୍ ୬ ତାରିଖ ଦିନ ରବୀନ୍ଦ୍ର ଗାଁ ମୁଣ୍ଡରେ ମଞ୍ଜୁଳା କୁ ଛାଡି ପଳାଇ ଥିଲେ।

ପରବର୍ତ୍ତୀ ସମୟରେ ରବୀନ୍ଦ୍ର ଆଉ ଧରା ଛୁଆଁ ଦେଇ ନ ଥିଲେ।ଫଳରେ ଗତ ୨୧ ତାରିଖ ରେ ଥାନା ର ଦ୍ବାରସ୍ଥ ହୋଇ ଥିଲେ ମଞ୍ଜୁଳା। ପୋଲିସ ରବୀନ୍ଦ୍ର କୁ ଥାନା କୁ ଆଣିବା ସହ ଉଭୟ ଙ୍କ ପରିବାର ଲୋକକୁ ଥାନାକୁ ଡ଼କାଇଥିଲେ । ପରିବାର ସଦସ୍ୟ ଗାଁର ଭଦ୍ର ଲୋକ ଙ୍କ ଉପସ୍ଥିତି ରେ ବୁଝାମଣା ହୋଇ ଥିଲା। ଏହା ପରେ ଦୁହେଁ ବିବାହ କରିବା କୁ ହଁ ଭରି ଥିଲେ। ଏହା ପରେ ଚୁକ୍ତି ନମା କରିଥିଲେ। ଥାନା ପରିସର ରେ ଦୁହେଁ ଉଭୟଙ୍କୁ ଫୁଲ ମାଳ ପିନ୍ଧାଇ କେକ୍ କାଟି ବିବାହ କରିଥିଲେ।ଦମ୍ପତିଙ୍କୁ ସମସ୍ତେ ଆଶୀର୍ବାଦ କରିଥିଲେ ।

Leave A Reply

Your email address will not be published.