ଭିଜିଲାନ୍ସ ହାତରେ ଧରାପଡିଲେ ପାକେଲପଡ଼ା ଏଆର୍‌ଆଇ, ଆର୍‌ଆଇଙ୍କ ନିର୍ଦ୍ଦେଶରେ ନେଉଥିଲେ ଲାଞ୍ଚ

ଝାରସୁଗୁଡ଼ା (କେନ୍ଯୁଜ୍): ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ପାକେଲପଡ଼ା ଏଆର୍‌ଆଇ ଚିଙ୍କିରାଣୀ ନାଏକ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ତହସିଲ ସାହାସପୁର ରାଜସ୍ୱ ସର୍କଲର ଆର୍‌ଆଇ ଯସ୍ମିତା ଭୋରାସାଗରଙ୍କ ନିର୍ଦ୍ଦେଶକ୍ରମେ ପାକେଲପଡ଼ା ସହକାରୀ ରାଜସ୍ୱ ନିରୀକ୍ଷକ ଏହି ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଆର୍‌ଆଇ ଯସ୍ମିତା ଭୋରାସାଗର ଏବଂ ପାକେଲପଡା ଏଆର୍‌ଆଇ ଚିଙ୍କିରାଣୀ ନାଏକଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯିବା ସହ ସମ୍ବଲପୁର ସ୍ଥିତ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। ଲଇକେରା ଥାନା ଅଇତାପଡା ଗାଁର ଶାନ୍ତନୁ ଷଣ୍ଢଙ୍କ ଅଭିଯୋଗ ଭିତ୍ତିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା RI ଯସ୍ମିତା ଭୋରାସାଗରଙ୍କ ବିରୋଧରେ ରୁଜୁ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.