ପାନ୍ କାର୍ଡ ସହ ଆଧାର ଲିଙ୍କର ଆଜି ଶେଷ ତାରିଖ

cardନୂଆଦିଲ୍ଲୀ: ପାନ୍ କାର୍ଡ ସହ ଆଧାର ଲିଙ୍କ କରିବାର ଆଜି ହେଉଛି ଶେଷ ତାରିଖ। ସୁପ୍ରିମକୋର୍ଟରେ ଆଧାର ମାମଲା ଚାଲିଥିବାରୁ ଏହାକୁ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ ବଢାଯାଇଥିଲା। ପ୍ରଥମେ ମାର୍ଚ୍ଚ ୨୦୧୮ ପର୍ୟ୍ୟନ୍ତ ଶେଷ ତାରିଖ ରଖାଯାଇଥିଲା। ତେବେ ଆଗକୁ ଏହି ସମୟ ସୀମା ବୃଦ୍ଧି ହେବ କି ନାହିଁ, ତାହା ଜଣାପଡ଼ିନାହିଁ। ତେଣୁ ଆଜି ସୁଦ୍ଧା ଯେଉଁମାନେ ଲିଙ୍କ କରାଇ ନାହାନ୍ତି, ସେମାନଙ୍କ ପାଇଁ ଆଜି ଲିଙ୍କ କରାଇବା ଜରୁରି। କାରଣ, ଆଧାର-ପାନ୍ ଲିଙ୍କ ନହେଲେ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ। ଏହା ସହ ଅନେକ ସରକାରୀ ଯୋଜନାରୁ ମଧ୍ୟ ଲାଭ ଉଠାଇବାରେ ମଧ୍ୟ ଅସୁବିଧା ସୃଷ୍ଟି ହେବ।ତେବେ ଆପଣଙ୍କ ଆଧାର କାର୍ଡ ପାନ କାର୍ଡ ସହିତ ଲିଙ୍କ ହୋଇଛି କି ନାହିଁ ଜାଣିବା ପାଇଁ ଆପଣ ଇନକମ ଟ୍ୟାକ୍ସ ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ।

Leave A Reply

Your email address will not be published.