ଟିଟିଲାଗଡ : ଅଫିସ ଭିତରେ ଅଶ୍ଳୀଳ କାମ । ସରକାରୀ ବାବୁ ଭୁଲିଗଲେ ସେ କେଉଁଠି ଅଛନ୍ତି ଆଉ କେଉଁଠି ବସିଛନ୍ତି । ନିଜ ଅଶ୍ଳୀଳ କାମରେ ଏମିତି ବିଭୋର ହୋଇଯାଇଥିଲେ ଯେ ଭୁଲିଗଲେ ଆଖପାଖ ଚାରିପଟର ଚିତ୍ର । ବାବୁ ଭାବିଲେ ତାଙ୍କୁ କେହି ଦେଖି ପାରୁନାହାଁନ୍ତି । ହେଲେ ତାଙ୍କର ଏ କାଣ୍ଡର ପୂରା ଦୃଶ୍ୟ ରେକର୍ଡ ହେଉଥିଲା ସିସିଟିଭି କ୍ୟାମେରାରେ ।
ହଁ ଆଜ୍ଞା ସରକାରୀ ବାବୁ ଜଣଙ୍କ ଅଫିସ ଭିତରେ ଜଣେ ମହିଳାଙ୍କ ସହିତ କିଛି ଏମିତି ହରକତ୍ କରୁଥିଲେ ଯେ ଯାହାକୁ ଆମେ ଆପଣଙ୍କୁ ସ୍ପଷ୍ଟ ଭାବେ ଦେଖାଇପାରିବୁନି । ବିଶ୍ୱାସ କରନ୍ତୁ ଏ ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ଲାଜ ଲାଗିବ ଆପଣଙ୍କୁ ରାଗ ଲାଗିବ ବି ଏ ବାବୁଙ୍କ ବୟସକୁ ଦେଖି ।
ବାବୁ ଭୁଲିଯାଇଛନ୍ତି ତାଙ୍କ ବୟସ । ଭାବୁଛନ୍ତି ଟିନ୍ ଏଜରେ ଏବେ ଅଛନ୍ତି ସେ । ସେଥିପାଇଁ ତ ନିଜ ମନ୍ଦ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏକଦମ୍ ମାତିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଏ ଯେଉଁ କାମ କରୁଥିଲେ ତାକୁ ଆଜ୍ଞା ଆମେ ଆପଣଙ୍କୁ ଦେଖାଇ ପାରିବୁନି । ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ଏ ମହିଳା ବି ଭାବିନଥିୀବେ ଭିତରେ ବସିଥିବା ଏ ବାବୁ ତାଙ୍କ ସହ ଏମିତି କିଛି କରିବେ ବୋଲି ।
ହେଲେ ସରକାରୀ ଅଫିସ ଭିତରେ ବାବୁଙ୍କର ଏହି କାମ ଆଉ ଉଦ୍ଦେଶ୍ୟ ବିଷୟରେ ହୁଏତ କାହାକୁ ଜଣାନଥିବ । ହେଲେ ଏ ରସିକିଆ ବାବୁଙ୍କର ସବୁ ଗୁମର ଖୋଲିଦେଲା ରେକର୍ଡ କରିଥିବା ସିସିଟିଭି କ୍ୟାମେରା । ଏ ବାବୁ ଯାହା ସବୁ ମହିଳାଙ୍କ ସହ କରୁଥିଲେ ସେସବୁ କିଛି କଏଦ ହୋଇଥିଲା କ୍ୟାମେରାରେ । ଯାହା ଏବେ ସାମ୍ନାକୁ ଆସି ଖୁବ ଭାଇରାଲ ହେଉଛି ।
ହଁ ଆଜ୍ଞା ଏବେ ସାମ୍ନାକୁ ଆସିଛନ୍ତି ରସିକିଆ ସରକାରୀ ବାବୁ । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଡେଙ୍ଗ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି। ପଞ୍ଚାୟତ କାର୍ଯ୍ୟାଳୟରେ ଡେଙ୍ଗ ଅଞ୍ଚଳର ଜଣେ ମହିଳାଙ୍କ ସହ ଅଶ୍ଲୀଳ କାମ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀକୁ ସଇଁତଳା ଥାନା ପୋଲିସ ଗିରଫ କରିବା ସହ ଥାନାରେ ଅଟକ ରଖିଛି। ଏନେଇ ସରପଞ୍ଚଙ୍କ ସ୍ବାମୀ ସାମାଜିକ ଗଣମାଧ୍ୟମ ଏକ୍ସ ମାଧ୍ୟମରେ ବଲାଙ୍ଗୀର ଏସପିକୁ ସୂଚାଇଥିଲେ । ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଡେଙ୍ଗ ସରପଞ୍ଚ ଇତିଶ୍ରୀ ସାହୁ।