ବିଧାନସଭାରେ ଧାରଣା ନ ଦେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିକଟରେ ଧାରଣା ଦିଅ:ବିଜେପି ବିଧାୟକଙ୍କୁ ହାତଯୋଡି  ଅନୁରୋଧ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):  ଆସନ୍ତାକାଲି ଓଡିଶା ଆସୁଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତାପୂର୍ବରୁ ଆଜି ବିଧାନସଭାରେ ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି । ବିଜେପି ବିଧାୟକଙ୍କୁ ହାତ ଯୋଡିଲେ ପଞ୍ଚାୟତିରାଜ ମନ୍ତ୍ରୀ । ବିଧାନସଭାରେ ଧାରଣା ନଦେଇ ତୋମାରଙ୍କ ପାଖରେ ଧାରଣା ଦିଅ ଓ ଏମଏସପି ବଢାଅ । MSP ବୃଦ୍ଧିକୁ ୩ ହଜାର ୪୦୦ ଟଙ୍କା ଦେବାକୁ ଦାବି କରୁଛୁ ବୋଲି କହିଥିଲେ ପ୍ରଦୀପ ଅମାତ । ବିଜେପି ମଧ୍ୟ ଏହି ଦାବି ମନ୍ତ୍ରୀଙ୍କ ଆଗରେ ରଖୁ ।

ଆଜି ଧାନ କିଣାରେ ଅବ୍ୟବସ୍ଥା ପ୍ରସଙ୍ଗରେ ଆସିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଉତ୍ତର ଦେଇ ଏହା କହିଛନ୍ତି ମନ୍ତ୍ରୀ । ସେପଟେ ମୁଲତବୀ ଆଲୋଚନାରେ ସମବାୟ ବିଭାଗ ମନ୍ତ୍ରୀ ଉତ୍ତର ଦେବା କଥା, ହେଲେ ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ । ଏହାର ପ୍ରତିବାଦରେ ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗରେ ଧାରଣାରେ ବସିଥିଲେ । ରାଜ୍ୟ ସରକାରଙ୍କ ପାଇଁ ବିଧାନସଭା ନା ପଦ୍ମପୁର ଉପ ନିର୍ବାଚନ ବଡ଼ ବୋଲି ବିଜେପି କହିଛି ।

ଚାଷୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ପ୍ରଧାମମନ୍ତ୍ରୀ ଫସଲ ବୀମା ଯୋଜନା କେନ୍ଦ୍ର ସରକାରଙ୍କର । କେବଳ ଗୋଟିଏ ଜିଲ୍ଲାରେ କାହିଁକି ଫସଲବୀମା ସହାୟତା ଦିଆଯାଉଛି । ଉଭୟ ଦଳ ଚାଷୀ ବିରୋଧୀ । ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହେଉଛି । କଟନି ଛଟନିର ଚାଷୀ ଶିକାର ହେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି । ଚାଷୀ ପ୍ରସଙ୍ଗକୁ ନେଇ ଗତକାଲି ବିଧାନସଭା ଭିତରେ ଓ ବାହାରେ ରାଲି ବିକ୍ଷୋଭରେ କମ୍ପିଥିଲା । ଆଜି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.