ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ ବିଜେପି ଚାଷୀଙ୍କ ପାଇଁ କିଛି କରି ନାହିଁ । ଏବେ ନିର୍ବାଚନର ୧୦ ଦିନ ପୂର୍ବରୁ ଏମଏସପି ବୃଦ୍ଧି କଥା ଉଠାଉଛନ୍ତି । ଦୁଇ କୋଟି ଲୋକଙ୍କୁ ରୋଜଗାର ଦେବାଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରତିଶ୍ରୁତି ରଖିବାରେ ବିଜେପି ଫେଲ୍ ହୋଇଛି । କୋଇଲାରୁ ୬୦ରୁ ୭୦ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ନେଉଛନ୍ତି । କିନ୍ତୁ ଓଡ଼ିଶାକୁ ମିଳୁଛି ମାତ୍ର ୫ ହଜାର କୋଟି । କେନ୍ଦ୍ର ନେଲା ବେଳକୁ ଚତୁର୍ଭୁଜ ଦେଲା ବେଳକୁ ଖାଲି ହାତ ବୋଲି କଟାକ୍ଷ କରିଛନ୍ତି ପାଣ୍ଡିଆନ୍ । ଏସବୁ ପ୍ରଶ୍ନ ପଚାରିଲେ ବିଜେପି ନେତାମାନେ ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ମୁଦ୍ଦା ଉଠାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ପାଣ୍ଡିଆନ୍ କହିଛନ୍ତି । ଏଥର ନିର୍ବାଚନରେ ବିଜେଡିର୯୫ ପ୍ରତିଶତ ଷ୍ଟ୍ରାଇକ୍ ରେଟ୍ ରହିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି ।

 

 

You might also like