ରାଜ୍ୟ

ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍, ଜାଣନ୍ତୁ କେତେ ହେବ ମହଙ୍ଗା

ଭୁବେନଶ୍ୱର(କେନ୍ୟୁଜ୍‌): ଜୁନ୍‌ ୧ରୁ ବଢିବ ଛେନା ଓ ପନିର ଦାମ୍।  ପହିଲାରୁ ରାଜଧାନୀ ଭୁବନେଶ୍ୱରରେ  ଛେନା ଓ ପନିର ଦାମ୍‌ ବୃଦ୍ଧି ପାଇବ।  ଛେନା କିଲୋ ପିଛା  ୧୮୦ ଟଙ୍କା ଏବଂ  ପନିର୍‌ କିଲୋ ପିଛା  ୨୫୦ ଟଙ୍କାରେ ବିକ୍ରି ହେବ।  ଏନେଇ ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି।

ସଙ୍ଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ଓମଫେଡ ପକ୍ଷରୁ ଗତ ଏପ୍ରିଲ ୨୧ରେ କ୍ଷୀର ଲିଟର ପିଛା ୨ଟଙ୍କା ବଢିବା ପରେ  ସଙ୍ଘର ସଦସ୍ୟଙ୍କ ଉପରେ କ୍ଷୀର ସଂଗ୍ରହରେ ଆର୍ଥିକ ଚାପ ସୃଷ୍ଟି ହୋଇଛି। ଯାହାକୁ ବର୍ତ୍ତମାନ ପ୍ରତି କିଲୋ ଛେନା ଉପରେ ୧୨ ଟଙ୍କା କ୍ଷତି ସହିବାକୁ ପଡୁଛି। ଏହି କ୍ଷତିକୁ ଭରଣ କରିବା ପାଇଁ  ଜୁନ୍‌ ୧ରୁ ଛେନା ଓ ପନିର ଦର ବଢିବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଧାରିତ ଦର ରାଜଧାନୀର ସମସ୍ତ ମିଷ୍ଟାନ୍ନଭଣ୍ଡାରରେ ବି ଲାଗୁ ହେବ ବୋଲି ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ କହିଛି।

Sonalisa

Recent Posts

ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ, ବୁଡ଼ିଯାଇ ଦୁଇ ଛାତ୍ର ମୃତ

କେନ୍ୟୁଜ(ବ୍ୟୁରୋ ) : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ ।…

14 mins ago

ଫ୍ୟାଟି ଲିଭର ଯୋଗୁ ଚିନ୍ତିତ କି ? ପ୍ରତିଦିନ ଏହି ଆୟୁର୍ବେଦିକ ଔଷଧ ଗ୍ରହଣ କରନ୍ତୁ ସମସ୍ୟାରୁ ମିଳିବ ମୁକ୍ତି

ଫ୍ୟାଟି ଲିଭର ଦୁଇ ପ୍ରକାରର ଅଛି, ପ୍ରଥମଟି ହେଉଛି ଆଲକୋହଲିକ୍‌ ଫ୍ୟାଟି ଲିଭର, ଯାହା ଅତ୍ୟଧିକ ମଦ୍ୟପାନ ହେତୁ ହୋଇଥାଏ…

26 mins ago

ଯୁବକ ଯୁବତୀଙ୍କୁ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା, ଖୋଜୁଛି ପୋଲିସ

ବର୍ତ୍ତମାନ ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା । ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି…

36 mins ago

ସମ୍ଭାଳି ପାରିଲାନି ପଣସର ବାସ୍ନା, ଗଛକୁ ଚଢ଼ି ଭାଲୁ ଖାଇଲା ପଣସ

ନବରଙ୍ଗପୁର (କେନ୍ୟୁଜ) : ରଜ ଆସିଲାଣି ଚାରିଆଡେ ମହକିଲାଣି ପଣସର ବାସ୍ନା । ଏଇ ଦିନରେ ପଣସର ଚାହିଦା ବହୁତ…

57 mins ago

ମହା ଆଡ଼ମ୍ବରରେ ଚାଲିଛି ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଭକ୍ତଙ୍କ ଗହଣରେ ହେଉଛି ମା’ଙ୍କ ଘଟ ପରିକ୍ରମା

ଛତ୍ରପୁର(କେନ୍ୟୁଜ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବାହାଲପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା…

1 hour ago

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଓଲଟିଲା ଶ୍ରଦ୍ଧାଳୁଙ୍କ ବସ୍‌: ୨ ମୃତ, ୨୮ ଗୁରୁତର

ଉତ୍ତରପ୍ରଦେଶର ଫିରୋଜାବାଦରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଯାତ୍ରୀବାହୀ ବସ୍ ଓଲଟି…

1 hour ago