ବଲାଙ୍ଗିରରେ ବଜ୍ରକାପ୍ତା ଡିଲ୍‌: ଗ୍ରାହକ ସାଜି ମାଡି ବସିଲା ବନବିଭାଗ, ୨ ଗିରଫ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିରରେ ବଜ୍ରକାପ୍ତା ଡିଲ୍‌ । ଗ୍ରାହକ ସାଜି ମାଡି ବସିଲା ବନବିଭାଗ । ଖପ୍ରାଖୋଲ ଲାଠୋରରେ ବଜ୍ରକାପ୍ତା ବିକ୍ରି ପାଇଁ ଯୋଜନା ଚାଲିଥିଲା । ହଠାତ୍‌ ଚଢାଉ କରି ୨ ଜଣଙ୍କୁ ଗିରଫ କରିଛି ବନବିଭାଗ । ବନ କର୍ମଚାରୀ ନିଜେ ଗ୍ରାହକ ସାଜି ଯାଇଥିଲେ । ଏଥିରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ତଦନ୍ତ ଚାଲିଛି ।

ସୂଚନା ଥାଉକି, ଗତକାଲି STF ପଞ୍ଝାରେ ପଡିଥିଲା ବଜ୍ରକାପ୍ତା ଚୋରା ଚାଲାଣକାରୀ। ଡିଲ୍‌ ବେଲେ ମାଡିବସିଥିଲା। ଗୋଟିଏ ଜୀବନ୍ତ ବଜ୍ରକାପ୍ତା ସହ ଏକ ଟାଟା ଇଣ୍ଡିଗୋ ଗାଡି ଜବତ କରିଥିଲା। ଖୋର୍ଦ୍ଧା ପିତାପଲି ଅଞ୍ଚଳରୁ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଥିଲା STF। ଗିରଫ ଦୁଇ ଜଣ କୈଳାସ ଖୋସଲା ଓ ଚୈତନ୍ୟ ଭତ୍ରା। ଜବତ ବଜ୍ରକାପ୍ତାର ଓଜନ ପ୍ରାୟ ୧୦କେଜି ଥିଲା। ଲକ୍ଷାଧିକ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍‌ ହୋଇଥିଲା। ଗତ ୧ ବର୍ଷ ମଧ୍ୟରେ STF ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡ଼ା, ୫ଟି ଜୀବନ୍ତ ପାଙ୍ଗୋଲିନ୍‌, ୧୫ କେଜି ପଙ୍ଗୋଲିନ୍‌ କାତି ସହ ୩୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନା ଥାଉକି, ବର୍ତ୍ତମାନ ବଜ୍ରକାପ୍ତା ଚୋରା ଚାଲାଣକାରୀ ସଂଖ୍ଯା ବଢିଚାଲିଥିବା ବେଳେ ଅନେକଙ୍କୁ ଗିରଫ ମଧ୍ଯ କରାଯାଉଛି । ନିକଟରେ ଭୁବନେଶ୍ୱରରେ ବଜ୍ରକାପ୍ତା ଡିଲ୍‌ ବେଳେ STF ଚଢାଉ କରିଥିଲା । ଆଇଜି ପାର୍କରେ ଡିଲ୍‌ ବେଳେ ମାଡି ବସିଥିଲା STF । ଜଣେ ବଜ୍ରକାପ୍ତା ବେପାରୀକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌। ଏସଟିଏଫର ୫ଜଣିଆ ଟିମ୍‌ ଗ୍ରାହକ ହୋଇ ବେପାରୀ ସହ ମୂଲଚାଲ କରୁଥିଲେ। ଖାଲି ସେତିକି ନୁହେଁ ବଜ୍ରକାପ୍ତା କାତି ପାଇଁ ମଧ୍ୟ ହୋଇଥିଲା ମୂଲଚାଲ।

ଗିରଫ ବେପାରୀ ସହ ବଜ୍ରକାପ୍ତା କାତି ଓ ଗୋଟିଏ ବାଇକ ଜବତ କରାଯାଇଥିଲା। ଗିରଫ ବେପାରୀ ଠାରୁ ସୂଚନା ଆଧାରରେ ଅନ୍ୟ ସ୍ଥାନରେ ଚଢଉ ଜାରି ରଖିଛି ଏସଟିଏଫ। ବାହାରକୁ ଚାଲାଣ ପାଇଁ ଯୋଜନା ବେଳେ ସୂଚନା ପାଇ ଆଇଜି ପାର୍କରୁ ଗିରଫ କରିଥିଲା STF ।

You might also like