ବୋଲ ମାନୁନାହାନ୍ତି ବଜ୍ରକାପ୍ତା ଚୋରା ଚାଲଣ ବ୍ୟବସାୟୀ, କ୍ରାଇମବ୍ରାଞ୍ଚ STF ହାତରେ ପୁଣି ଧରାପଡିଲେ ବଜ୍ରକାପ୍ତା ଗ୍ୟାଙ୍ଗ

କେନ୍ୟୁଜ୍(ବ୍ୟୁରୋ):  କ୍ରାଇମବ୍ରାଞ୍ଚ STF ହାତରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ରାଜକୋଟି ଅଞ୍ଚଳରୁ ବଜ୍ରକାପ୍ତା ସହ ୨ ଅଭିଯୁକ୍ତ ଗିରଫ । ଦିନ ଦ୍ୱିପ୍ରହରେ ବଜ୍ରକାପ୍ତା ବିକ୍ରୀ ପାଇଁ ଯୋଜନା ଚାଲୁଥିବା ବେଳେ STF ହାତରେ ଧରା ପଡିଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସୋମନାଥ ବାଗ ଓ ମାର୍ସାଲନ୍‌ ଭେଙ୍ଗେରା ।

ସୋମନଙ୍କ ନିକଟରୁ ଗୋଟିଏ ଜୀବନ୍ତ ପାଙ୍ଗୋଲିନ୍‌,୫କିଲୋ ୬୫ ଗ୍ରାମ୍‌ ପାଙ୍ଗୋଲିନ୍‌ ମାପକାଠି ସହ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରଯାଇଛି । ଜବତ ପାଙ୍ଗୋଲିନ୍‌କୁ ଓ୍ଵାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ, ରାସାୟନିକ ପରିକ୍ଷା ପାଇଁ ଡେରାଡୁନ ଏବଂ ଜୀବନ୍ତ ପାଙ୍ଗୋଲିନ୍‌କୁ ଜଙ୍ଗଲ କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.