ରାଜଧାନୀରୁ ୩୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରୁ ୩୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର । ବାଲିଯାତ୍ରା ପଡ଼ିଆ ଜରିପାଟଣା ନିକଟ କେନାଲ କଡ଼ରୁ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ । ମର୍ଣ୍ଣିଂ ୱାକ ସମୟରେ ଲୋକେ ବଜ୍ରକାପ୍ତାଟିକୁ ଦେଖିବାକୁ ପାଇଥିଲେ । ଉପସ୍ଥିତ ଲୋକେ ବନ ବିଭାଗକୁ ଖବର ଦେବାପରେ ମଞ୍ଚେଶ୍ୱର ବନାଞ୍ଚଳର କର୍ମଚାରୀ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି । ବନ କାର୍ଯ୍ୟାଳୟରେ ବଜ୍ରକାପ୍ତାକୁ ନିରୀକ୍ଷଣରେ ରଖା ଯାଇଛି । ଏହାକୁ ଜଙ୍ଗଲରେ ଛଡ଼ା ଯିବ କିମ୍ବା ନନ୍ଦନକାନନ ପଠାଯିବ ତାହା ପିସିସିଏଫ ୱାଇଲ୍ଡ ଲାଇଫଙ୍କ ନିର୍ଦ୍ଧେଶ ପରେ ଜଣାପଡ଼ିବ ବୋଲି ସିଟି ଡିଏଫଓ ଅଜିତ କୁମାର ଶତପଥୀ କହିଛନ୍ତି।

 

ଆହୁରି ପଢନ୍ତୁ : ସରସ୍ବତୀ ପୂଜା ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ