ଗାଁରେ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ବଜ୍ରକାପ୍ତା ଉଦ୍ଧାର

ମାଲକାନଗିରି(କେନ୍ୟୁଜ୍): ଯୁବକଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର । ମାଲକାନଗିରି ଜିଲ୍ଲା ମାଥିଲି ଗାଁରେ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତା ଗାଁରେ ବୁଲୁଥିବା ଦେଖି ଯୁବକ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ କର୍ମଚାରୀ ପହଁଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।
ବଜ୍ରକାପ୍ତାଟି ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସିଥିବା ସନ୍ଦେହ କରାଯାଉଛି। ଏବେ ବଜ୍ରକାପ୍ତାଟିକୁ ଗୋବିନ୍ଦପାଲି ରେଞ୍ଜ ଅଫିସ୍ରେ ରଖାଯାଇଛି। ବଜ୍ରକାପ୍ତା ସୁସ୍ଥ ହେବା ପରେ ଜଙ୍ଗଲରେ ଛଡାଯିବ ।