ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି । ଜଣେ ବ୍ୟକ୍ତି ସକାଳୁ ଉଠି ବାଡ଼ିପଟକୁ ଯାଇ ଥିବା ବେଳେ ଏକ ବଜ୍ରକାପ୍ତା ବୁଲୁଥିବାର ଦେଖିଥିଲେ । ଆଖ ପାଖ ଲୋକ ବଜ୍ରକାପ୍ତାକୁ ଦେଖିବାକୁ ଆସିଥିଲେ । ସ୍ଥାନୀୟ ଅଞ୍ଚଳରେ ଏତେ ବଡ଼ ବଜ୍ରକାପ୍ତା ପ୍ରଥମେ ଦେଖିବାକୁ ମିଳିଥିଲା । ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇ ଥିବା ଜଣା ପଡିଛି ।