ମୟୁରଭଞ୍ଜ: ପୁଣି ବଜ୍ରକାପ୍ତା ଚୋରା ଚାଲାଣ, ଡିଲ୍ ବେଳେ ଧରାପଡିଲେ ୬ ବେପାରୀ

ମୟୁରଭଞ୍ଜ(କେନ୍ୟୁଜ୍): ପୁଣି ବଜ୍ରକାପ୍ତା ଚୋରା ଚାଲାଣ। ଡିଲ୍ ବେଳେ ଧରାପଡିଲେ ୬ ବେପାରୀ। ମୟୁରଭଞ୍ଜ ଜିଲ୍ଲା ଉଦଳାରେ ବଜ୍ରକାପ୍ତା ଚୋରାଚାଲାଣ ନେଇ ବନବିଭାଗକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ବନବିଭାଗ ପକ୍ଷରୁ ବାଲିଛତ୍ରା ଓ ବୁନ୍ଦାଗଡ଼ ଗାଁ ନିକଟରେ ଚଢାଉ କରି ୬ଜଣ ବେପାରୀଙ୍କୁ ଗିରଫ କରିବା ସହ ୩ଟି ବଜ୍ରକାପ୍ତା କାତି ଜବତ କରିଛି। ୩ଟି କାତି ପାଇଁ ବେପାରୀଙ୍କ ସହ ୭ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ଏହାସହ ବଜ୍ରକାପ୍ତା ଚାଲାଣକାରୀଙ୍କଠାରୁ ୨ଟି ବାଇକ୍ ମଧ୍ୟ ଜବତ ହୋଇଛି। ପୂର୍ବରୁ ବଜ୍ରକାପ୍ତା ଚୋରା ଚାଲାଣରେ ଉଦଳା ଅଞ୍ଚଳର ତିନି ଜଣ ଗିରଫ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.