ବିକ୍ରି ଉଦ୍ୟମ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା, ଗିରଫ ହେଲେ ଦୁଇ ଅଭିଯୁକ୍ତ

କରଞ୍ଜିଆ(କେ ନ୍ୟୁଜ): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଞ୍ଚଳରୁ ବିକ୍ରି ଉଦ୍ୟମ ବେଳେ ଏସଟିଏଫ ଟିମ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ବନବିଭାଗ ବିଭିନ୍ନ ଜାଗାରେ ଚଢ଼ାଉ କରି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସକ୍ଷମ ହୋଇଛି । ତେବେ ଏଥିରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ ତିନି ଜଣ ସମ୍ପୃକ୍ତ ଥିବାର ଜାଣିବାକୁ ପାଇ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛନ୍ତି । ହେଲେ ଅନ୍ୟ ତିନିଜଣ କୌଶଳ କ୍ରମେ ଜଙ୍ଗଲକୁ ଖସି ଚାଲି ଯାଇଛନ୍ତି ।

ଗତକାଲି ସାତକୋଶିଆ- ନୋଦା ରାସ୍ତାରେ ଆସାମୀଙ୍କୁ STF କାବୁ କରିବା ବେଳେ ଜଣଙ୍କୁ ଛାଡି ଅନ୍ୟମାନେ ଜଙ୍ଗଲକୁ ଖସି ଫେରାର ହୋଇଯାଇଥିଲେ । ତେବେ ସାତକୋଶିଆ ବନାଞ୍ଚଳ ଅଧିକାରୀଙ୍କୁ ଆସାମୀ  ହସ୍ତାନ୍ତର କରିବା ପରେ ଏକ ମାମଲା ରୁଜୁ କରି ଆସାମୀ ନୀଳମଣି ଦେହୁରୀ ( ପଦ୍ମପୁର ) ଏବଂ ପାଣ୍ଡଵ ନାଏକ (ବାରୂହାଁ ) ଆନନ୍ଦପୁର ଥାନା ଅଞ୍ଚଳର ୨ ଆସାମୀଙ୍କୁ ଆଜି ମେଡିକାଲ ନେବା ପରେ କୋର୍ଟ ଚାଲାଣ କରିବ ବନବିଭାଗ ।

ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ଆସାମୀ ଫେରାର ଅଛନ୍ତି । ଏମାନଙ୍କୁ ଧରିବା ପାଇଁ ପୋଲିସ ଏବଂ ବନ ବିଭାଗ ବିଭିନ୍ନ ଜାଗାରେ ଚଢ଼ାଉ ଜାରିରଖିଛି । ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ବୟସ ୫ବର୍ଷରୁ ଅଧିକ ହବ ବୋଲି ଜଣାପଡ଼ିଛି । ଏହା ଏକ ବିରଳ ପ୍ରଜାତି ହୋଇଥିବାରୁ ଏହାର ସୁରକ୍ଷା ଦିଗରେ ବନବିଭାଗ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ଅଧିବାସୀ ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.