ପାଣି ଟାଙ୍କରୁ ମୃତଦେହ ଉଦ୍ଧାର : ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଅନୁଗୁଳ : ସକାଳ ସମୟରେ ପାଣି ଟାଙ୍କିରୁ ଟ୍ୟାଙ୍କର ଡ୍ରାଇଭରଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ଅନୁଗୁଳ ଜରପଡ଼ା ଜାତୀୟ ରାଜପଥରେ ଠିଆ ହୋଇଥିବା ଏକ ପାଣି ଟ୍ୟାଙ୍କରରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଜଣଙ୍କ ଦୁର୍ଗାପୁର ଗାଁର ଜ୍ଞାନେନ୍ଦ୍ର ଦେହୁରୀ ବୋଲି ଜଣାପଡ଼ିଛି । ତାଙ୍କୁ କେହି ହତ୍ୟା କରିଥିବା ପରିବାର ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏନେଇ ପାଖ ଏକ ହୋଟେଲରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଏଥିଯୋଗୁ ସେହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଜ୍ଞାନେନ୍ଦ୍ର କିଛି ଦିନ ତଳେ ଅନୁଗୁଳରୁ ସମ୍ବଲପୁର ଫୋର ଲେନ୍ ରାସ୍ତା ନିର୍ମାଣ କରୁଥିବା ଗାୟତ୍ରୀ କନ୍ଷ୍ଟ୍ରକ୍ସନ କମ୍ପାନୀର ପାଣି ଟାଙ୍କି ଗାଡ଼ି ଚଳାଉଥିଲେ । ଗତକାଲି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ପାଣିଟାଙ୍କି ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ତେବେ ବର୍ତ୍ତମାନ ପୁଲିସ ଘଟଣାଟିର ତଦନ୍ତ କରୁଛି।